ସମରଝୋଳ ଛକରେ ଭୟଙ୍କର ଦୁର୍ଘଟଣା ୦୫ ମୃତ ୨୦ରୁ ଉର୍ଦ୍ଧ ଆହତ
ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଅନ୍ତର୍ଗତ ସମରଝୋଳ ଛକ ନିକଟରେ ଆଜି ସକାଳୁ ଏକ ଭୟଙ୍କର ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ୦୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ରୁ ଉର୍ଦ୍ଧ ଆହତ ହୋଇଛି ବ୍ରହ୍ମପୁର ବଡମେଡିକାଲ ରେ ଚିକିତ୍ସା ହେଉଥିବା ଖବର ହସ୍ତଗତ ହୋଇଛି। ସୂଚନା ଅନୁଯାୟୀ ଗୁରୁବାର ସକାଳ ପ୍ରାୟ ୦୫:୨୦ସମୟରେ ଭଞ୍ଜନଗର ରୁ ଏକ ଯାତ୍ରୀବାହି ବସ ଖମ୍ବେଶ୍ବରୀ ବ୍ରହ୍ମପୁର ଅଭିମୁଖେ ଯାଉଥିବା ସମୟରେ ବିପରୀତ ଦିଗ ବ୍ରହ୍ମପୁର ପଟୁ ଆସିକା ଅଭିମୁଖେ ଆସୁଥିବା ଏକ କଣ୍ଟେନର ବା ମାଲ ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଜାହା ଫଳରେ ଯାତ୍ରୀବାହି ବସ ଟି ନିକଟରେ ଥିବା ଏକ ଚା ଦୋକାନ ଭିତରକୁ ପଶିଯାଇଥିଲା। ଘଟଣା ସ୍ଥଳରେ ୦୪ଜଣ ଓ ପରବର୍ତ୍ତୀ ସମୟରେ ଅନ୍ୟ ଏକ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ହସ୍ତଗତ ହୋଇଛି।

୨୦ ରୁ ଉର୍ଦ୍ଧ ଲୋକ ଆହତ ହୋଇଛି ମେଡିକାଲ ରେ ଚିକିତ୍ସା ହେଉଛନ୍ତି। ଖବର ପାଇ ଘଟଣା ସ୍ଥଳରେ ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠି ନିଜ ଟିମ ସହ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଆସିକା ଉପଖଣ୍ଡ ଥାନା ଅଧିକାରୀ ସଞ୍ଜୟ ମହାପାତ୍ର, ହିଞ୍ଜିଳି ତହସିଲଦାର ଭିକାରି ସାହୁ, ଦମକଳ ବାହିନୀ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ସୂଚନା ହସ୍ତଗତ ହୋଇଛି।
