ମା ସୁଭଦ୍ରାଙ୍କ ଦେବଦଳନ ରଥଚକ ମହୋତ୍ସବ ଅନୁଷ୍ଠିତ ହୋଇଜାଇଛି।
ନୂଆଗାଁ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଦୂରଦୁରା ଗ୍ରାମରେ ଥିବା ଶ୍ରୀଜଗନ୍ନାଥ ପାଠାଗାର ଆନୁକୂଲ୍ୟରେ ଶ୍ରୀକ୍ଷେତ୍ର ପୁରୀରୁ ଆସିଥିବା ମା ସୁଭଦ୍ରାଙ୍କ ଦେବଦଳନ ରଥଚକ ମହୋତ୍ସବ ଅନୁଷ୍ଠିତ ହୋଇଜାଇଛି। ଏହି ମହୋତ୍ସବ ରେ ନୂଆଗାଁ ବ୍ଲକ ର ବିଭିନ୍ନ ଅଂଚଳରୁ ଆସିଥିବା କବି ମାନଙ୍କୁ ନେଇ କବିତା ଆସର ହୋଇଥିଲା,ଏବଂ ଅଂଚଳର ଛୋଟ ଛୋଟ ପିଲାଙ୍କୁ ନେଇ ଭଜନ ଓ ନୃତ୍ୟର ଆୟୋଜନ କରାଯାଇଥିଲା l ଉକ୍ତ ଉତ୍ସବରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ନୂଆଗାଁ ବ୍ଲକ ଅଧକ୍ଷାଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା ଙ୍କ ସହ ବହୁ ସରପଞ୍ଚ ସମିତି ସଭ୍ୟ ଉପସ୍ଥିତ ରହି ପ୍ରତିଷ୍ଠାତା ସଞ୍ଜୟ କୁମାର ସାହୂଙ୍କୁ ଏଭଳି ସଂଗ୍ରହ କରିବା ନିଶାକୁ ଧନ୍ୟବାଦ ଦେବା ସହ ଅନୁଷ୍ଠାନକୁ କିପରି ଆଗକୁ ଅଧିକ ପରିଚୟ ପାଇଵା ସହ ଅନୁଷ୍ଠାନକୁ କିପରି ଭାବରେ ଅଗ୍ରଗତି ହେବ ସେଥିପାଇଁ ସମସ୍ତ ସହଯୋଗ କରାଯିବ ବୋଲି ଅତିଥିମାନେ ବକ୍ତବ୍ୟ ରଖିଥିଲେ l ପରିଶେଷରେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତରିୟ ଦେଇ ସମ୍ମାନୀତ କରିଥିଲେ।
