ଦାରୁ ଦେବତା

ବିଚିତ୍ର ମାୟା ଭିଆଇଛ ପ୍ରଭୁ
ବସି ନୀଳକନ୍ଦର ରେ।
କାହାକୁ ତାରିଛ କାହାକୁ ମାରିଛ
ତାହାତ ତମକୁ ଜଣା।
ଦଶାବତାର ନେଇଚ୍ଛ ହେ ପ୍ରଭୁ
ଅବତାରି ତୁମ ନାମ।
ଧର୍ମକୁ ସ୍ଥାପିଛ ଅଧର୍ମ ନାଶିଛ
ସନ୍ଥ କୁ ପାଳିଛ ଦୁଷ୍ଟ କୁ ମାରିଛ
ଯୁଗେ ଯୁଗେ ଯଶ ବାନା ଉଡାଇଛ
ଯୁଗ ସ୍ରଷ୍ଟା ତୁମେ ନାମକୁ ବହିଛ
ଦlରୁଦେବ ହୋଇ ନୀଳା ଚଳରେ ବସିଛ।
ଦାରୁବ୍ରହ୍ମ ତୁମେ ନାମ ବୋଲାଇଛ
ଷାଠିଏ ପୋଉଟି ଭୋଗକୁ ଖାଉଛ
ବାରମାସେ ତେର ଯାତରା କରୁଛ
ପତିତପାବନ ନାମକୁ ବହିଛ
ଦୁଃଖୀ ଜନ ଡାକ ପଡୁନି କି କର୍ଣ୍ଣେ
ଭକତ ଡାକୁଛି ତୁମ ସିଂହ ଦୁଆରେ
ଦୟାନିଧି ତୁମେ ଦୟା ର ଭଣ୍ଡାର
ଦୟା ରଖି ଥାଅ ଏ ଦୁଃଖୀ ଜନରେ “
ରଜନୀକାନ୍ତ ରଥ, ରାଜନଗର, କେନ୍ଦ୍ରାପଡ଼ା ।

Leave a Reply

Your email address will not be published. Required fields are marked *