ଜଟଣୀ ଗଣେଶ ପୂଜାରେ ଭୁବନେଶ୍ୱର ବାଣିଜ୍ୟ ମେଳା ର ଆକର୍ଷଣ
ଜଟଣୀ ଗଣେଶ ପୂଜାରେ ଭୁବନେଶ୍ୱର ବାଣିଜ୍ୟ ମେଳା ର ଆକର୍ଷଣ l ଓଡ଼ିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜା ଆରମ୍ଭ ହୋଯାଇଛି।୭ ତାରିଖ ରୁ ଆରମ୍ଭ ହୋଇ ୧୭ ତାରିଖ ପର୍ଯ୍ୟନ୍ତ ୧୦ ଦିନ ଧରି ଚାଲୁ ରହିବ ଏହି ପୂଜା ଚାଲୁରହିବ ।ଛୋଟ ବଡ଼ ହୋଇ ୨୦୦ ଅଧିକ ଗଣେଶ ମଣ୍ଡପରେ ପୂଜା ପାଆନ୍ତି ।ଏଥି ମଧ୍ୟରୁ ସୀତାରାମ ଛକ,ଥାନା ଛକ,ମହୁଲ ଗୁଡ଼ିଆ ଛକ ବୁଢ଼ା ଗଣେଶ,ହରିଭାଇନା ଛକ,ନୂଆ ବସଷ୍ଟାଣ୍ଡ,ରାଜା ବଜାର,ଗୋଲେଇ ମାର୍କେଟ,ପୋଷ୍ଟ ଅଫିସ ଛକ ଓ କୁଦିଆରୀ ବଜାର ଅନ୍ୟତମ ।ସ୍ୱଉଁଚ ତୋରଣ ସାଙ୍ଗକୁ ନାନା ପ୍ରକାର ଆଲୋକ ସଜ୍ଜାରେ ଝଲସୁଛି ଜଟଣୀ ସହର ।ଏହା ସାଙ୍ଗକୁ ଶରତ ପାଇକରାୟ ଷ୍ଟାଡିୟମ୍,ଖୁଦୁପୁର ପଡିଆ ଓ କୁଦିଆରୀ ବଜାରରେ ମିନା ବଜାର ଓ ଅପେରା ପାଟି ମଧ୍ୟ ରହିଛି ।ସନ୍ଧ୍ୟା ହେଲେ ଜଟଣୀ ସହିତ ଆଖ ପାଖ ଅଂଚଳର ହଜାର ହଜାର ଲୋକ ଆସି ଠାକୁର ଦର୍ଶନ କରିବା ସହ ଭୁବନେଶ୍ୱର ବାଣିଜ୍ୟ ମେଳାରେ ହୋଇଥିବା ମିନା ବଜାରର ବୁଲି ନାନା ପ୍ରକାର ଜିନିଷ କିଣାକିଣି କରୁଛନ୍ତି ଓ ଖାଦ୍ୟପେୟ ର ମଜା ନେଉଛନ୍ତି ।ବାଣିଜ୍ୟ ମେଳାରେ ସ୍ଥାନ ପାଇଥିବା ଜୁପିଟର ସ୍କୁଟି ଷ୍ଟଲରେ ଦର୍ଶକ ମାନଙ୍କ ଭିଡ଼ ପରିଲିକ୍ଷିତ ହୋଇଛି l ଏହି ଉତ୍ସବ ଅବସରରେ ସବୀର ଖାଁ (ମୁନାଭାଇ ) ନୂଆ ମଡେଲର ଜୁପିଟର ସ୍କୁଟି ଡ଼ିସକାଉଣ୍ଟ ରେ କିଣି ତାଙ୍କ ପୁଅକୁ ଉପହାର ଦେଇଛନ୍ତି, ଯାହାକି ସ୍ଥାନୀୟ ଅଂଚଳ ରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି l ଏଥିସହିତ ଅକୁଆ ପ୍ରେସର ଚିକିତ୍ସା ସାମଗ୍ରୀ ଷ୍ଟଲ ରେ ଗ୍ରାହକ ମାନଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଛି
