ବୃନ୍ଦାବତୀ ନିବାସରେ ରହୁଥିବା ଜନୈକ ହବିସିୟାଳି ଶ୍ରୀମତୀ ରତ୍ନମଣୀ ମଙ୍ଗରାଜଙ୍କ ମୃତ୍ୟୁ

ବୃନ୍ଦାବତୀ ନିବାସରେ ରହୁଥିବା ଜନୈକ ହବିସିୟାଳି ଶ୍ରୀମତୀ ରତ୍ନମଣୀ ମଙ୍ଗରାଜ ପ୍ରାୟ ୬୯ ବର୍ଷ ବୟସରେ ଆଜି ସକାଳ ୧୦ ଘଟିକା ୮ମିନିଟ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ।ସେ ଦୁର୍ବଳତା, ପେଟ ଓ ଛାତି ଯନ୍ତ୍ରଣାରେ ପିଡୀତ ଥିବା ଜଣାଇଥିଲେ।ତାଙ୍କର ପେଟରେ ଅସୁବିଧା ଓ ବାନ୍ତି ହେଉଥିଲା।କ୍ଲିନିକାଲ୍ ଫଳାଫଳ ଓ ଡାକ୍ତରଙ୍କ ପରାମର୍ଶ ଅନୁସାରେ ତାଙ୍କୁ ସମସ୍ତ ଆବଶ୍ୟକୀୟ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା।| ରାତି ୮ ଟାରେ ରୋଗୀ ଙ୍କ ଅବସ୍ଥା ଖରାପ ହେବାରୁ ଓ ଅକ୍ସିଜେନ ସାଚୁଚରେସନ୍ ସ୍ତର ଶତକଡ଼ା ୬୦ ରହିବାରୁ,ବିପି ସ୍ତର କମ ହେବାରୁ, ଆଇସିୟୁ କଲ କରାଯାଇ ସମସ୍ତ ଆବଶ୍ୟକୀୟ ଚିକିତ୍ସା ଦିଆଗଲା |କିନ୍ତୁ ରୋଗୀ ସଂଧ୍ୟା ୮.୩୦ ରେ ଆଇସିୟୁ କୁ ସ୍ଥାନାନ୍ତରିତ ହେବା ପୂର୍ବରୁ ଦେହାନ୍ତ ହୋଇଯାଇଥିଲେ।ମୃତ୍ୟୁର କାରଣ, ସେପ୍ଟିସେମିଆ , କ୍ରନିକ୍ କିଡନୀ ରୋଗ ସହିତ ଆକ୍ୟୁଟ୍ ଗ୍ୟାଷ୍ଟ୍ରୋଏଣ୍ଟେରିଟ୍ସ୍ ବୋଲି ଡ଼ାକ୍ତର ଙ୍କ ସୂତ୍ରରୁ ପ୍ରକାଶ | ରୋଗୀର ସମ୍ପର୍କୀୟମାନେ ଚିକିତ୍ସା ସମୟରୁ ଓ ମୃତ୍ୟୁ ସମୟରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *