ଦେଵସ୍ନାନ ପୂର୍ଣ୍ଣିମା।

ସୋମବାର ପବିତ୍ର ଦେଵସ୍ନାନ ପୂର୍ଣ୍ଣିମା। ରତ୍ନବେଦୀ ଛାଡି ସ୍ନାନବେଦୀକୁ ଆସି 108 ଗରାରେ ପ୍ରତକ୍ଷ୍ୟ ସ୍ନାନ କରି ଭକ୍ତଙ୍କ ଚର୍ମଚକ୍ଷୁ ପବିତ୍ର କରିବା ସହ ଦୁର୍ଲଭ ହାତୀବେଶ ବା ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ସେଥିପାଇଁ ହାତୀ ଵେଶ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ। ଶ୍ରୀଜିଉମାନଙ୍କୁ ସ୍ନାନମଣ୍ଡପରେ ହାତୀବେଶ ବା ଗଜାନନ ବେଶରେ ସଜ୍ଜିତ କରାଯାଇଥାଏ । ଭକ୍ତ ଗଣପତି ଭଟ୍ଟଙ୍କୁ ଦର୍ଶନ ଦବାପାଇଁ ମହାପ୍ରଭୂ ଏହି ବେଶ ଧାରଣ କରିଥିଲେ ବୋଲି ଜଣାଯାଏ । ସେଥିପାଇଁ ପୁରୀର ଗୋପାଳତୀର୍ଥ ମଠ ଓ ରାଘବଦାସ ମଠ ଏହି ହାତୀବେଶ ସାମଗ୍ରୀ ପ୍ରତିବର୍ଷ ଯୋଗାଇଥାଏ । ଅକ୍ଷୟ ତୃତୀୟା ଠାରୁ ଏହି କାର୍ଯ୍ୟ ଆରମ୍ଭ ହୋଇ ସ୍ନାନ ପୁଣ୍ଣିମା ଦିନ ଶେଷ ହୋଇଥାଏ । ଏହି କାର୍ଯ୍ୟରେ ସୋଲ କାରିଗର , ଦର୍ଜି , ଚିତ୍ରକର ଓ ମାଳି ଏକତ୍ର ମିଳିମିଶି ନିୟମ ନିଷ୍ଠାରେ କାମ କରିଥାନ୍ତି । ଏହି ହାତୀବେଶରେ ମୁଖ୍ୟତଃ କଦଳୀଗଛର ପଟୁଆ , କଇଁଥ ଅଠା , ସୋଲ , ଜରି , କପଡା , ଲେସ ଆଦିକୁ ନେଇ ପ୍ରସ୍ତୁତ କରାଯାଏ । ବିଶେଷକରି ରାଘବଦାସ ମଠ ପକ୍ଷରୁ ଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କର ଓ ଗୋପାଳତୀର୍ଥ ମଠ ତରଫରୁ ବଳଭଦ୍ରଙ୍କର ବେଶ ଯୋଗାଇ ଦିଆଯାଇଥାଏ । ସେପଟେ ବର୍ଷକୁ ଠାରେ ସ୍ନାନବେଦୀରେ ଏହି ହାତୀ ବେଶକୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ମହଲରେ ବେଶ ଆବେଗ ରହିଥାଏ । ଆଉ ଏହାକୁ ଦର୍ଶନ କଲେ ମହାପୁଣ୍ୟ ମିଳିଥାଏ ବୋଲି ବୋଲି ବିଶ୍ୱାସ ରହିଛି

Leave a Reply

Your email address will not be published. Required fields are marked *