ଦିବାକର
ଦିବାକର
ସକଳ ଶକ୍ତି ର ଆଧାର ପ୍ରଭୁ ହେ ଦିବାକର
କିରଣ ମଧ୍ୟରେ ଦେଇଛ ପ୍ରଭୁ କେତେ ଆହାର।
ତୁମେ ନଥିଲେ ପ୍ରଭୁ ହେ ସବୁ ହୋଇବ ଶୂନ
ମାଡ଼ି ବସିଅଛ ପ୍ରଭୁ ହେ ତୁମେ
ବିଶ୍ବ ଆସନ।
ତୁମ କିରଣ କୁ ଅପେକ୍ଷା କରି ବିଶ୍ବ ଜଗତ
ଆଲୋକର ବାର୍ତ୍ତା ପାଉଛି ହୋଇଣ ପୁଲକିତ।
ମୁହିଁ ଯେ ଛାର ମାନବ ତୁମ ଚରଣ ଆର୍ଶୀତ
ତୁମ କିରଣ ର ପରଶେ
ପଙ୍କଜ ଆନନ୍ଦିତ।
ତୁମେ ଯେ ଅଟଇ ବିଶ୍ବ ର ସୁଖ ଦୁଃଖ ର ସାଥୀ
ବିତରଣ କରି କିରଣ ପାଅ ମନରେ ଶାନ୍ତି
ମୁଁହି ହରିହର ଅଧମ ଅଟେ ତୁମରି ଭକ୍ତ
ତୁମରି ସେବାରେ ଜିବନ ଅଟେ
ହୋଉ ମୁକତ।
ସବୁକିଛି ହୋଇପାରିବ ତୁମ ଆଶିଷ ଲଭି
ପୂଜା ପାଅ ବିଶ୍ୱବାସୀଙ୍କ ଆହେ
ଦେବତା ରବି।
ପ୍ରକୃତି ବନ୍ଧୁ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ, ଓଡ଼ିଶା ୭୫୯୦୧୬
