ବ୍ୟାସନଗର ରେ ବିଭିନ୍ନ ସ୍କୁଲ ର ପିଲାମାନଙ୍କୁ ସ୍ମାର୍ଟ ୱାଚ ପ୍ରଦାନ

ଯାଜପୁର ରୋଡ ସଂସ୍କୃତି ଭବନ ପରିସରରେ ବ୍ୟାସନଗର ର ଅଗ୍ରଣୀ ସ୍ୱାଚ୍ଛାସେବୀ ଅନୁଷ୍ଠାନ ଲ୍ୟାନ୍ସ କ୍ଲବ ଓ ଭି.କେୟାର ଚାରିଟାଵଲେ ଟ୍ରଷ୍ଟ ତରଫରୁ ସହର ର ବିଭିନ୍ନ ସ୍କୁଲ ର ୧୫୦ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅନୁଷ୍ଠାନ ତରଫରୁ ପୁରସ୍କୃତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କୋରେଇ ବିଧାୟକ ଆକାଶ ଦାସ ନାୟକ ଯୋଗ ଦେଇ ପିଲାମାନଙ୍କ ଭବିଷ୍ୟତ ଉଜ୍ଜଳ କାମନା କରିବା ସଂଗେ ସଂଗେ ଆୟୋଜନ କରିଥିବା ଅନୁଷ୍ଠାନ କୁ ଧନ୍ୟବାଦ ଜ୍ଞାପନ କରିଥିଲେ l ବର୍ତମାନ ର ଆଧୁନିକ ଯୁଗରେ ପିଲାମାନଙ୍କ ଉର୍ନତ ଶିକ୍ଷା ପାଇଁ ଏହି ସ୍ମାର୍ଟ ୱାଚ ପ୍ରଦାନ କରିଥିବା ଭି କେୟାର ଚାରିଟାଵଲେ ଟ୍ରଷ୍ଟ ର ମୁଖ୍ୟ ସୁଜିତ କୁମାର କହିଥିଲେ l ଲ୍ୟାନ୍ସ କ୍ଲବ ର ସଭାପତି ପ୍ରଲୁବ୍ଧ ଜେନା ଓ ସମ୍ପାଦକ ଟିକାୟତ ପାଲ୍‌ ଙ୍କ ସହଯୋଗ ରେ ଆୟୋଜିତ ଏହି ସଭା ରେ କ୍ଲବ ର ସମସ୍ତ ସଭ୍ୟ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *