ଜିଲ୍ଲା ସ୍ତରୀୟ ଶ୍ରମ ପର୍ଯ୍ୟବେକ୍ଷଣ ସମିତି ବୈଠକ

ଜିଲ୍ଲା ସ୍ତରୀୟ ଶ୍ରମ ପର୍ଯ୍ୟବେକ୍ଷଣ ସମିତି ବୈଠକ

	ଆଜି ତା. ୨୫.୦୯.୨୦୨୬ ରିଖ ପୂର୍ବାହ୍ନ ୧୦.୦୦ ଘଟିକା ସମୟରେ ସଦଭାବନା ବୈଠକ ଗୃହ, ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ ବିଭାଗର ମିଳିତ ଆନୁକୂଲ୍ୟରେ ଢେଙ୍କାନାଳ ଜିଲ୍ଲାରେ ଶ୍ରମିକମାନଙ୍କ କଲ୍ୟାଣ, ଶ୍ରମ ଆଇନର ଅନୁପାଳନ ଏବଂ ଶିଶୁ ଶ୍ରମିକ ପ୍ରଥାର ଉଚ୍ଛେଦ ଏହା ବିରୁଦ୍ଧରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ଵର ପାଟିଲ, ଉପ ଆରକ୍ଷୀ ଅଧୀକ୍ଷକ, ଢେଙ୍କାନାଳ, ସୁଷମା ପ୍ରଧାନ, ପ୍ରଭାଗୀୟ ଶ୍ରମ ଆୟୁକ୍ତ, ଢେଙ୍କାନାଳ, ଶ୍ରୀମତୀ ମୋନାଲିସା ନାୟକ, ଅଧ୍ୟକ୍ଷ, ଶିଶୁ କଲ୍ୟାଣ ସମିତି, ଶ୍ରୀ ଗୋଲେଖ ବିହାରୀ ପାଣିଗ୍ରାହୀ ଯୋଗଦାନ କରିଥିଲେ । ଉକ୍ତ ବୈଠକରେ, ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଢେଙ୍କାନାଳ, ଜିଲ୍ଲା ନିୟୋଜନ ଅଧିକାରୀ, ଢେଙ୍କାନାଳ, ଜିଲ୍ଲା କଲ୍ୟାଣ ଅଧିକାରୀ, ଢେଙ୍କାନାଳ, ସାଧାରଣ ପରିଚାଳକ, ଜିଲ୍ଲା ଶିଳ୍ପ କେନ୍ଦ୍ର, ଢେଙ୍କାନାଳ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ କର୍ମକର୍ତ୍ତା, ଢେଙ୍କାନାଳ, ସହକାରୀ ଶ୍ରମ ଅଧିକାରୀ, ଢେଙ୍କାନାଳ ଯୋଗଦାନ କରିଥିଲେ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟlଳୟର ଅନ୍ୟାନ୍ୟ କର୍ମଚାରୀ,ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ର ସଦଶ୍ୟ ମାନେ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ତପନ କୁମାର ସୂତାର ପରିଚାଳନା କରିଥିଲେ । 

ବୈଠକରେ ଶିଶୁ ଶ୍ରମିକ ଉଚ୍ଛେଦ ଓ ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରି ସେମାନଙ୍କର ପୁନର୍ବାସ ବ୍ୟବସ୍ଥା,  ପ୍ରବାସୀ ଶ୍ରମିକ ସୁରକ୍ଷା ଓଡ଼ିଶାରୁ ବାହାରକୁ ଯାଉଥିବା ବା ବାହାରୁ ଆସୁଥିବା ଦାଦନ/ପ୍ରବାସୀ ଶ୍ରମିକମାନଙ୍କର ସୁରକ୍ଷା ଓ ଅଧିକାରର ତଦାରଖ କରିବା, ଜିଲ୍ଲାରେ ସର୍ବନିମ୍ନ ମଜୁରୀ ପ୍ରଦାନ ଏବଂ ଅନ୍ୟାନ୍ୟ ସରକାରୀ ଶ୍ରମ କଲ୍ୟାଣ ଯୋଜନାର ସଫଳ ରୂପାୟନର ଅନୁଧ୍ୟାନ କରିବା ନିମନ୍ତେ  କମିଟିର ବୈଠକରେ ଆଲୋଚନା କରଯାଇଥିଲା  ।

Leave a Reply

Your email address will not be published. Required fields are marked *