କବିତା ର‌ ଶୀର୍ଷକ – ଦାନ
(ପ୍ରକୃତି ବନ୍ଧୁ ହରିହର ସାହୁ)
ମଣିଷ ଜୀବନ ଦୁର୍ଲଭ ଜୀବନ
ସଂସାର ମଧ୍ୟରେ ସାର
ମାନବିକତା ଯେ ଶ୍ରେଷ୍ଠ ଗୁଣ ଅଟେ ମାନବ ର ଉପହାର।।
ମାନବିକତା ଯେ ଶ୍ରେଷ୍ଠ ସମ୍ପଦ ମଣିଷ ଜାତିର ପାଇଁ
ଈଶ୍ୱର ପ୍ରାପ୍ତି ମଣିଷ ପାଅଇ
ମାନବିକତା କୁ ନେଇ।।
ଦୟା ଧର୍ମ କର୍ମ ସତ୍ୟ କୁ ପାଥେୟ କରି ଚାଲଇ ମଣିଷ
ସତ୍ ପଥ ରେ ବିଭୁ କୃପା ପାଇ
ବଢ଼ଇ ତାର ଆୟୁଷ।
ଦାନ କରି କର୍ଣ୍ଣ ସତ୍ ପଥରେ ଯାଇ
ମନେ ସନ୍ତୁଷ୍ଟ ଲଭଇ
ପ୍ରଭୁ କୃପା ଲଭି ସତ୍ କର୍ମ
ଯୋଗୁଁ ଆଶିଷ ସିଏ ପାଅଇ।
ରାଜା ହରିଶ୍ଚନ୍ଦ୍ର ମହାରାଣୀ ଶୈବ୍ଯା
ସତ୍ ପଥେ କର୍ମ କରି
ଋଷି ବିଶ୍ଵାମିତ୍ର ତ୍ୟାଗ ରେ ତାଙ୍କର ପଥରେ ଗଲେ ଯେ ହାରି।
ସତ୍ୟବାଦୀ ହୋଇ ରାଜା ହରିଶ୍ଚନ୍ଦ୍ର ମାଗନ୍ତି ଶୈବାରାଣିଙ୍କୁ
ପୁତ୍ର ର ଶବ କୁ ସତ୍କାର ନିମନ୍ତେ କଉଡ଼ି ଦିଅ ଆମ୍ଭଙ୍କୁ।
ସତ୍ଯ ବ୍ରତ ହୋଇ ବଳି ରାଜା
ପାତାଳ ପୁରକୁ ଗଲେ
ବାମନ ରୂପ ରେ ପ୍ରଭୁ ଯେ ତାଙ୍କୁ
ପାଦ ରେ ଚାପି ଦେଲେ।
ତିନି ଅକ୍ଷର ଟି ଅତ୍ୟନ୍ତ ବିପଦ
କେବେ ହେଲେ ଭୁଲ ନାହିଁ
ତିନି ଗାର ଡେଇଁ ଜନକ ନନ୍ଦିନୀ
ବିପଦେ ପଡ଼ିଲେ ଯାଇ।
ତିନି ତୁଣ୍ଡରେ ଛେଳି ଯେ କୁକୁର
ତିନି ଛକ ଯେ ବିପଦ
ବୁଧବାର ରେ ଦଶ କର୍ମ କରୁଥିଲେ
ପଡ଼ୁଥିଲେ ଛାଡ଼ି ଯାଅଇ ସମ୍ପଦ।
କଦଳୀ ଗଛରେ ପୂଜା କରେ କର୍ତ୍ତା ‌ଧୂପ ଦୀପ ଯେ ବନ୍ଦାଇ
କଦଳୀ ଗଛକୁ ହାଣିଣ ଯେ କର୍ତ୍ତା
ମନେ ତୃପତି ଲଭଇ
ତିନି ଠାକୁର ଯେ ବେଦପତି ବ୍ରହ୍ମା ବିଷ୍ଣୁ ସଙ୍ଗେ ମହେଶ୍ୱର
ପୂଜା କରନ୍ତି ଯେ ତିନି ଠାକୁର ଙ୍କୁ ଲଭନ୍ତି ତାଙ୍କ ପୟର।
ଦାନ କରି ଯିଏ କହଇ ଅନ୍ୟକୁ
ଦାନ ର‌ ଯେ ଲାଭ ନାହିଁ
ସତ୍ ଧନ‌ ଯିଏ ଦାନ ଯେ କରି
ସଂସାର ର ସୁଖ ପାଇଁ।
ଦାନ କଲେ ପୂଣ୍ୟ ନିଶ୍ଚିତ ମିଳିବ
ଆଗାମୀ ଜନମେ ଜାଣ
ଦାନ କୁ ଯିଏ ହୀନ କର୍ମ ଭାବେ
କଷ୍ଠ ପାଇବ ସେ ଜାଣ।
ବିଦ୍ଯା ଦାନ କଲେ ବଢ଼ଇ ଯେ ବିଦ୍ୟା
ଗୁରୁ ରୂପେ ଲଭେ ସେହି
ସଂସାର ପାଇଁ ତ ମହତ୍ କର୍ମ ଯେ
ବିଦ୍ୟା ଦାନ କରେ ସେହି।
ବିଦ୍ୟା ଦାନ ଠାରୁ ବଡ ଦାନ ନାହିଁ ଶୁଣନ୍ତୁ ଭାଇ ଭଉଣୀ
ବିଦ୍ୟା ଦାନ କରି ବିଭୁ କୃପା ଲଭ ଏତ ମହୀର କାହାଣୀ।
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସେବା ନିବୃତ ପ୍ରଧାନ ଶିକ୍ଷକ)
ସଭାପତି ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା

Leave a Reply

Your email address will not be published. Required fields are marked *