ପାଣି ଭାବି ଏସିଡ୍ ପିଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବସନ୍ତ ସହାୟତା ଲୋଡୁଛି ।

ଗଞ୍ଜାମ:- ପାଣି ବୋଲି ଭାବି ଏସିଡ୍ ବୋତଲଟି ପିଇଦେଇ ଆଜକୁ ଦୁଇବର୍ଷ ହେଲା ଶଯ୍ୟାଶାୟୀ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବସନ୍ତ ବଞ୍ଚିବା ପାଇଁ ସହାୟତା ଲୋଡି ସରକାରଙ୍କ ନିକଟରେ କାକୁତି ମୀନତି ହେଉଛି । ଘଟଣାରୁ ପ୍ରକାଶ ଯେ ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଳକ ଅନ୍ତର୍ଗତ କୁଆଁନଳା ଗ୍ରାମର ଗୋପାଳ ଗୌଡଙ୍କ ଏକମାତ୍ର ପୁଅ ବସନ୍ତ ଗୌଡ ବାପାଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ନଥିବାରୁ ଭୁବନେଶ୍ବର ଯାଇ ଜଣେ ମାର୍ବଲ କାମକରି ଆସୁଥିଲା କିନ୍ତୁ ଗତ ଦୁଇବର୍ଷ ପୂର୍ବେ ରାତ୍ରି ସମୟରେ ଜାଣିନପାରି ଏସିଡ୍ ବୋତଲଟିକୁ ପାଣି ଭାବି ପିଇଦେଇଥିଲା। ଫଳରେ ଦେହସାରା ଖେଳିଯାଇ ଚିତ୍କାର କରିଥିଲା ଅନ୍ୟ ସାହାର୍ଯ୍ୟରେ ଭୁବନେଶ୍ବରର ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଚିକିତ୍ସା ପରେ ପାକସ୍ଥଳୀଟି ନଷ୍ଟ ହୋଇଯାଇଥିବା ଜଣାଇଥିଲେ ସେଠିକାର ଡାକ୍ତର । ଚିକିତ୍ସା ପାଇଁ ତିନି ଚାରିଲକ୍ଷ ଟଙ୍କା ଆବଶ୍ୟକ ବୋଲି କହିଥିଲେ । ଏତେ ଗୁଡିଏ ଟଙ୍କା କେଉଁଠୁ ଆଣିବେ ଭାବି ଭଗବାନଙ୍କ ଉପରେ ଭରସା କରି ନିଜ ଗ୍ରାମକୁ ଧରି ପଳାଇଆସି ଶଯ୍ୟାଶାୟୀ ହୋଇ ମୃତ୍ୟୁ ସହ ଅନବରତ ସଂଗ୍ରାମ କରୁଛି। ଏପଟେ ଏତେ ଗୁଡିଏ ଟଙ୍କା କେଉଁଠୁ ଆଣିବେ ଭାବି ଭାବି ବାପା ମା ମଧ୍ୟ ରୋଗିଣା ହେବା ସହ ଚିନ୍ତାରେ ଖାଇବା ଯୋଗାଡ କରିବା କଷ୍ଟକର ହୋଇପଡୁଛି । ଏମିତିକା ଛଟପଟ ହୋଇ ବେଳେ ବେଳେ ପାଗଳଙ୍କ ପରି ଦଉଡି ଟିଏ ଧରି କୁଆଡେ ନା କୁଆଡେ ଦୈଡି ପଳାଉଛି । କୌଣସି ପ୍ରଶାସନିକ ସ୍ତରରୁ ଯଦି କିଛି ସହାୟତା ମିଳନ୍ତା ମୁଁ ସୁସ୍ଥ ହୋଇ ମୋ ବାପା ମାଙ୍କୁ ପୋଷନ୍ତି ବୋଲି ଦୁଃଖଦ କଣ୍ଠରେ ବସନ୍ତ କହିଛନ୍ତି । ସ୍ଥାନୀୟ ସରପଞ୍ଚଙ୍କ ମତାମତ ନେବାରେ ସେ କହିଥିଲେ ଯେ ମୁଁ ମୋର ଯଥୋଚିତ ସାହାର୍ଯ୍ୟ କରିବା ସହ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇବି । ଏହି ଦୁଃଖଦ ଘଟଣାକୁ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେବାକୁ ପରିବାର ନିବେଦନ କରିଛନ୍ତି ।

ଗଞ୍ଜାମ ଜିଲ୍ଲା ବୁଗୁଡାରୁ ତ୍ରିଲୋଚନ ପଣ୍ଡା।

Leave a Reply

Your email address will not be published. Required fields are marked *