କୋଭିଡ କଟକଣା ମାନି ପାଳିତ ହେଲା ଇସଲାମ ଧର୍ମର ପବିତ୍ର ପର୍ବ ଇଦ।

ଭଦ୍ରକ:୨୧/୭ – ବର୍ତ୍ତମାନ ସାରା ଦେଶରେ କରୋନାର ଦ୍ୱିତୀୟ ଲହରୀ ଅତି ଭୟଙ୍କର ରୂପ ଧାରଣ କରିଛି ।ଏହି ପରିସ୍ଥିତିରେ ରାଜ୍ୟ ସରକାର ହୁଅନ୍ତୁ ବା କେନ୍ଦ୍ର ସରକାର ସମସ୍ତେ ବର୍ତ୍ତମାନ କରୋନା ଟୀକା କରଣକୁ ନେଇ ବ୍ୟସ୍ତ ଥିବା ବେଳେ କରୋନାର ସ୍ଥିତିକୁ ଲକ୍ଷ କରି ସରକାର ସରକାରୀ କାର୍ଯ୍ୟ ହେଉ ବା ଧାର୍ମିକ ଅନୁଷ୍ଠାନର କାର୍ଯ୍ୟକୁ କୋଭିଡ ନିୟମାବଳୀ ଅନୁସାରେ କରିବା ପାଇଁ ପରାମର୍ଶ ଦେଉଛନ୍ତି। କିଛିଦିନ ତଳେ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ସରକାରଙ୍କ କଟକଣା ଅନୁସାରେ କେବଳ ପୁରୀରେ ସେବାୟତଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା ଏବଂ ଆଜି ସାରା ଓଡ଼ିଶାରେ ପାଳିତ ହେଉଛି ଇସଲାମ ଧର୍ମର ପବିତ୍ର ପର୍ବ ଇଦ। ଭଦ୍ରକ ହିନ୍ଦୁ ମୁସଲିମ ମାନଙ୍କର ଏକ ଭାଇଚାରାର ସହର ବୋଲି ସାରା ଓଡ଼ିଶାରେ ପ୍ରବାଦ ରହିଛି ତେଣୁ ଆଜି ନିରାଡ଼ମ୍ବର ଭାବେ କୋଭିଡ କଟକଣା ମାନି ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନେତୃତ୍ବରେ ପୁରା ଭଦ୍ରକ ପୋଲିସ ଟିମ ଶାନ୍ତିଶୃଙ୍ଖଳା ରେ କେମିତି ପର୍ବ ପାଳିତ ହେବ ସେଥି ପ୍ରତି ଦୃଷ୍ଟି ଦିଆଯାଇଥିଲା ।କିଛି ଦିନ ପୂର୍ବରୁ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ,ବିଧାୟକ, ସାଂସଦ ଓ ଅନ୍ୟାନ୍ୟ ସରକାରୀ ଅଧିକାରୀ ମାନଙ୍କ ଉପସ୍ଥିତିରେ କେମିତି ଶୃଙ୍ଖଳାର ସହିତ ଇଦ ପର୍ବ ସୁଚାରୁରୂପେ ପାଳିତ ହେବ ସେ ବିଷୟରେ ଆଲୋଚନା କରାଯାଇଥିଲା ଯାହା ପାଇଁ ଆଜି ଅତି ଶୃଙ୍ଖଳିତ ଭାବେ ଇଦ ପର୍ବ ପାଳିତ ହୋଇଯାଇଛି ।ଭଦ୍ରକ ଆରକ୍ଷୀ ଅଧିକ୍ଷକ ମଧ୍ୟ ମସଜିଦକୁ ନିଜେ ଯାଇ ଆଇନଶୃଙ୍ଖଳା ପରିସ୍ଥିତି କୁ ନିଜେ ପରଖିବା ସହିତ ବରିଷ୍ଠ ନାଗରିକଙ୍କ ସହିତ ଆଲୋଚନା କରିଥିଲେ ।

Leave a Reply

Your email address will not be published. Required fields are marked *