ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ର ବାଲିକୁଦା ଠାରେ ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳିତ

– କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର କରିବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲାର ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀ ର ବାଲିକୁଦା ଠାରେ ବିଜେପି ପକ୍ଷରୁ ବିଜୟ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ର ବିଜେପି ବିଧାୟକ ପ୍ରାର୍ଥୀ ସତ୍ୟସାରଥୀ ମହାନ୍ତି ଙ୍କ ନେତୃତ୍ୱରେ ବହୁ ବିଜେପି ନେତା ଓ କର୍ମୀମାନଙ୍କ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ନେତୃ ମଣ୍ଡଳୀ ଙ୍କୁ କୃତଜ୍ଞତା ଜଣାଇବା ସହିତ ବାଣ ଫୁଟାଇ ମିଠା ଖାଇ ବିଜୟ ଉତ୍ସବ ପାଳନ କରିଥିଲେ । ତେବେ ସତ୍ୟ ସାରଥୀ ନିର୍ବାଚନ ରେ ହାରି ଯାଇଥିଲେ ସୁଧା ମନବଳ ଦୃଢ କରି ଆଗାମୀ ଦିନରେ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀ ର ବିକାଶ ର ଲକ୍ଷ ନେଇ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ ସାତ୍ୟ ସାରଥୀ ।

Leave a Reply

Your email address will not be published. Required fields are marked *