ବିଶାଳ ଶୋଭାଯାତ୍ରାରେ ଆସି ପାର୍ଥିପତ୍ର ଦାଖଲ
ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଡ଼ଃ ପ୍ରଦୀପ ପାଣିଗ୍ରାହୀ ଏବଂ ଛତ୍ରପୁର ବିଧାନସଭା ପାର୍ଥି କୃଷ୍ଣଚନ୍ଦ୍ର ନାୟକ ନିଜ ସମର୍ଥକଙ୍କ ସହ ବିଶାଳ ଶୋଭାଯାତ୍ରାରେ ଆସି ପାର୍ଥିପତ୍ର ଦାଖଲ କରିଥିଲେ । ଛତ୍ରପୁର ସ୍ଥିତ ଜିଲ୍ଲାପରିଷଦ କାର୍ଯ୍ୟାଳୟ ଠାରେ ପ୍ରଦୀପ ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ କୃଷ୍ଣ ନିଜ ନାମାଙ୍କନ ପତ୍ର ଦାଖଲ କରିଥିଲେ। ମଧ୍ୟାହ୍ନରେ ଶ୍ରୀ ପାଣିଗ୍ରାହୀ ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ସମର୍ଥକଙ୍କ ସହ କୋର୍ଟପେଟା ଛକ ଠାରୁ ବାହାରି ଛତ୍ରପୁରରେ ପହଞ୍ଚିବା ପରେ ଛତ୍ରପୁର ବିଧାନସଭା ପାର୍ଥି କୃଷ୍ଣଚନ୍ଦ୍ର ନାୟକଙ୍କ ସମର୍ଥକ ମାନେ ଭବ୍ୟ ସ୍ୱାଗତ କରିଥିଲେ ଏହା ପରେ ଉଭୟଙ୍କ ହଜାର ହଜାର ସମର୍ଥକ ବିରାଟ ପଟୁଆର ବାଇକ ରାଲିରେ ଛତ୍ରପୁର ସହର ପରିକ୍ରମା କରିଥିଲେ । ପାଖାପାଖି ୨୦ ହଜାରରୁ ଉର୍ଦ୍ଧ୍ବ ଲୋକ ଏହି ରାଲିରେ ସାମିଲ ହୋଇଥିବା ବେଳେ ଛତ୍ରପୁର ପୁତିଗୋପାଳପୁର ଠୁ ନେଇ ବଜାର ରିକାପଲ୍ଲୀ ପର୍ଯ୍ୟନ୍ତ ଗେରୁଆମୟ ହୋଇପଡିଥିଲା ।

ଏହା ପରେ ଉଭୟେ ପାର୍ଥିପତ୍ର ଦାଖଲ କରିଥିଲେ ।ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ ମୁଳମନ୍ତ୍ରକୁ ନେଇ ଭାରତୀୟ ଜନତା ପାର୍ଟି ନିର୍ବାଚନ ଲଢ଼ିବ । ଗତ ଦଶ ବର୍ଷର ବିଶ୍ଵସନୀୟତା ଏବଂ ଆଗାମୀ ପାଞ୍ଚ ବର୍ଷରେ ଦେଶର ବିକାଶ ଯାତ୍ରାକୁ ତ୍ୱରାନ୍ୱିତ କରି ବିକଶିତ ରାଷ୍ଟ୍ର ଭାବେ ଗଢ଼ି ତୋଳିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ସଂକଳ୍ପ ନେଇଛନ୍ତି, ନରେନ୍ଦ୍ର ମୋଦିଙ୍କ ଗ୍ୟାରେଣ୍ଟିକୁ ବିଶ୍ୱାସକୁ ନେଇ ବିକଶିତ ଭାରତରେ ଗଞ୍ଜାମରେ ସାମିଲ୍ କରିବାକୁ ଏଥର ଗଞ୍ଜାମ ବାସୀ ମନ ବଳେଇ ସାରିଛନ୍ତି । ଏଣୁ ବ୍ରହ୍ମପୁର ଏବଂ ଛତ୍ରପୁର ବାସୀ ଭାରତୀୟ ଜନତା ପାର୍ଟିର ଉଭୟ ବ୍ରହ୍ମପୁର ସାଂସଦ ଏବଂ ଛତ୍ରପୁର ବିଧାନସଭା ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବେ ବୋଲି ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଡ଼ଃ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି । ଏହି ଅବସରରେ ।ଜିଲ୍ଲା ସଭାପତି ଡ଼ା.ସୁବାସ ସାହୁ,ବିଜେପିର ଦିଗପହଣ୍ଡି ପାର୍ଥି ସିଦ୍ଧାନ୍ତ ମହାପାତ୍ର, ଗୋପାଳପୁର ବିଧାୟକ ପାର୍ଥି ବିଭୁତି ଜେନା, ବରିଷ୍ଠ ନେତା ରାମଚନ୍ଦ୍ର ପଣ୍ଡା, ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି,ବ୍ରହ୍ମପୁର ଲୋକସଭା କ୍ଷେତ୍ର ସଂଯୋଜକ ସରୋଜ ସାବତ,ବରିଷ୍ଠ ନେତା କାମନା ପାଢ଼ୀ,ପୀତବାସ ପଣ୍ଡା,ବ୍ରହ୍ମପୁର ବିଧାନସଭା ପ୍ରଭାରୀ ରାମ ପ୍ରସାଦ ସାମଲ, ଚିନ୍ମୟାନନ୍ଦ ମହାରାଜ,ବରିଷ୍ଠ ନେତା ପ୍ରଶାନ୍ତ ନାୟକ, ବନମାଳି ସେଠୀ,ପଦ୍ମଚରଣ ସାହୁ,ଧର୍ମା ରେଡି, ବ୍ରଜମୋହନ ଆଚାର୍ଯ୍ୟ , ପ୍ରମୁଖଙ୍କ ସମେତ ହଜାର ହଜାର ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ସମର୍ଥକ ଉପସ୍ଥିତ ଥିଲେ ।
