ଶ୍ରୀ ଲୋକନାଥଙ୍କ ପୀଠ ରେ ପ୍ରଜ୍ବଳିତ
ଶ୍ରୀ ଲୋକନାଥଙ୍କ ପୀଠ ରେ ପ୍ରଜ୍ବଳିତ ହେଲା ସର୍ବବୃହତ ଜଗତ ମଙ୍ଗଳ ଜାଗର ଦୀପ।ମହା ଶିବରାତ୍ରୀ ର ଅବ୍ୟବହିତ ପୂର୍ବରୁ ପବିତ୍ର ପଙ୍କୋଦ୍ଧାର ଏକାଦଶୀ ତିଥିରେ ଶ୍ରୀ ଲୋକନାଥଙ୍କ ପୀଠରେ ପ୍ରଜ୍ବଳିତ ହୋଇଛି ଦ୍ୱାଦଶ ବାର୍ଷିକ ସର୍ବବୃହତ ଜଗତ ମଙ୍ଗଳ ଜାଗର ଦୀପ।ସନ୍ଧ୍ୟାରେ,ଆରକ୍ଷୀ ଅଧିକ୍ଷକ ପିନାକ୍ ମିଶ୍ର,ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ,ବରିଷ୍ଠ ଦଇତାପତି ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରୀ ଲୋକନାଥଙ୍କ ଦୀପ ରେ ଏହି ଜଗତ ମଙ୍ଗଳ ଜାଗର ଦୀପ କୁ ପ୍ରଜ୍ବଳନ କରିଥିଲେ।ଏହି ଅବସରରେ ଦୀପ ର ଉଦ୍ୟୋକ୍ତା ରାମ କୃଷ୍ଣ ହୋତା ଅତିଥିଙ୍କୁ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଗୋପୀନାଥ କୁଅଁର,ଅତିରିକ୍ତ ଏସପି ସୁଶିଲ ମିଶ୍ର, ସିଟି ଡି ଏସ ପି ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।୬ଫୁଟ ଲମ୍ବ,୪ଫୁଟ ଓସାର ଏବଂ ୨ଫୁଟ ଗଭୀର ବିଶିଷ୍ଟ ଏହି ଅଷ୍ଟଧାତୁ ରେ ନିର୍ମିତ ଦ୍ଵୀପ ରେ ଏକାଥରେ ୩କୁଇଣ୍ଟାଲ ଘିଅ ଜଳାଯିବ।ଶ୍ରୀ ଲୋକନାଥଙ୍କ ମହାଦୀପ ଉଠିବା ପର୍ଯ୍ୟନ୍ତ ଅର୍ଥାତ୍ ୯ତାରିଖ ପ୍ରତ୍ୟୁଷ ପର୍ଯ୍ୟନ୍ତ ଏହି ଦ୍ଵୀପ ଜଳାଜିବ।ପୂର୍ବରୁ ଏହି ଦ୍ଵୀପ ଟି ମାଟିରେ ପ୍ରସ୍ତୁତ ହେଉଥିବା ବେଳେ ଚଳିତ ବର୍ଷ ପ୍ରାୟ ଅଢେ଼ଇ କୁଇଣ୍ଟାଲ ଅଷ୍ଟଧାତୁରେ ଏହା ନିର୍ମାଣ କରାଯାଇଛି।ପ୍ରାୟ ୧ମାସ ଧରି ବାଳକାଟିର ପ୍ରସିଦ୍ଧ କାରିଗର ଭାଗିରଥି ମହାରଣା ଏହି ଅଷ୍ଟଧାତୁ ର ବୃହତ୍ ଦୀପକୁ ପ୍ରସ୍ତୁତ କରିଛନ୍ତି।ବିଶ୍ଵ କଲ୍ୟାଣ ନିମନ୍ତେ ଏହି ମହାର୍ଘ୍ୟ ଦୀପ ପ୍ରଜ୍ବଳନ କରାଯାଉଥିବା ଦୀପର ଉଦ୍ୟୋକ୍ତା ରାମକୃଷ୍ଣ ହୋତା କହିଛନ୍ତି।
