Enquiry on hands cut case at Mumbai
ବାଲିଗୁଡା ଡହଲପଡି ର ଅଙ୍ଗଦ ମଳିକ ଙ୍କୁ ମୁମ୍ବାଇ କାମ କରିବାକୁ ନେଇ ଦୁଇ ହାତ କାଟିବା ଘଟଣା ରେ ରାଜ୍ୟ ଶ୍ରମ ଓ କର୍ମଚାରୀ ନିୟୋଜିତ ବିଭାଗ ର ଉଚ୍ଚ ସ୍ତରୀୟ ତଦନ୍ତ ଜାରୀ l ରାଜ୍ୟ ଶ୍ରମ ଓ କର୍ମଚାରୀ ନିୟୋଜିତ ବିଭାଗ ର ଏକ ଟିମ ବାଲିଗୁଡା ଏନ.ଏ.ସୀ ର ଦୁଇ ନମ୍ବର ୱାର୍ଡ ଡହଲପଡି ରେ ଅଙ୍ଗଦ ମଳିକ ଙ୍କ ଘର କୁ ଯାଇ ଦୁଇ ହାତ କଟାଯିବା ଘଟଣା ରେ ସର୍ଜମିନ ତଦନ୍ତ କରିଛନ୍ତି l ଶ୍ରମ ଓ କର୍ମଚାରୀ ନିୟୋଜିତ ବିଭାଗ ର ଉପ-ଶାସନ ସଚିବ ନିରଞ୍ଜନ ଜେନା ଓ ଉପ ସଚିବ ନରୋତ୍ତମ ଦାସ କିପରି ଓ କେଉଁ ପରିସ୍ଥିତି ରେ ଅଙ୍ଗଦ ଙ୍କ ହାତ କଟିଲା ସେ ନେଇ ଅଙ୍ଗଦ ଓ ତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି l ଅଙ୍ଗଦ ଙ୍କୁ କିଏ, କେବେ ଓ କାହିଁକି ମୁମ୍ବାଇ ନେଲା ଓ ମୁମ୍ବାଇ ରେ ଅଙ୍ଗଦ ଙ୍କ ସହ ଘଟିଥିବା ସମସ୍ତ ଘଟଣା ରେ ଅଙ୍ଗଦ ଓ ପରିବାର ସଦସ୍ୟ ଙ୍କ ବୟାନ ରେକର୍ଡ କରାଯାଇଛି l ଏଥି ସହ ଅଙ୍ଗଦ ଙ୍କୁ ମେଡିକାଲ ଚିକିତ୍ସା ସହ ସମସ୍ତ ପ୍ରକାର ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି ତଦନ୍ତକାରୀ ଟିମ l
Bhabani Shankar jena
