ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜେଲ୍ ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ।ମୃତ କଏଦୀ ଜଣକ ହେଲେ ତନରଡା ଗ୍ରାମର ଚରଣ ବେହେରା(40)।ଏକ ଚୋରି ମାମଲାରେ ବେଲଗୁଣ୍ଠା ପୋଲିସ ପାଞ୍ଚଦିନ ପୂର୍ବରୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।ଆଜି ସକାଳୁ କଏଦୀ ଜଣକ ଅଚେତ୍ ହୋଇଯିବା ଦେଖି ଜେଲ୍ କର୍ତୁପକ୍ଷ ତୁରନ୍ତ ଭଞ୍ଜନଗର ମେଡ଼ିକାଲରେ ଭର୍ତି କରିଥିଲେ।ସେଠାରେ ଡ଼ାକ୍ତର ମୃତ ଘୋଷଣା କରିଥିଲେ।ପରିବାର ଲୋକେ ଖବର ପାଇ ଭଞ୍ଜନଗର ମେଡ଼ିକାଲ ପହଞ୍ଚିଥିଲେ। ମୃତଦେହ ରେ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ଦେଖି ଜେଲରେ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।ଚରଣ ଙ୍କ ତିନୋଟି ପୁଅ ଝିଅ ରହିଛନ୍ତି ସେମାନଙ୍କ ଭରଣ ପୋଷଣ ଲାଗି କ୍ଷତିପୂରଣ ଦାବି କରିବା ସହିତ ଉଚ୍ଚ ସ୍ତରୀୟ ତଦନ୍ତ କରି ପରିବାର ଲୋକଙ୍କୁ ନ୍ୟାୟ ପାଇଁ ଦାବି କରିଛନ୍ତ

Reporter-siba sankar pradhan

Leave a Reply

Your email address will not be published. Required fields are marked *