ମାଁ ସାଙ୍କୁଳାଇ ପୀଠ ରେ ତ୍ରୀସ୍ତରୀୟ ମଣ୍ଡଳ ର ପାରିବାରିକ ସମାସ୍ୟା ର ସମାଧାନ

**:-୧୩/୧୦/୨୦୨୪ଗଞାମ ଜିଲ୍ଲା ର ବାଲିପଦର ନିକଟସ୍ଥ ଅନ୍ତର ପଡ଼ା ରେ ମାଁ ସାଙ୍କୁଳେଇ।ସାଙ୍କୁଳେଇ ମନ୍ଦିର ପ୍ରାଙ୍ଗଣ ରେ ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜ ର ତ୍ରୀସ୍ତରୀୟ ମଣ୍ଡଳ ଯଥା:-ବରଙ୍ଗା ମଣ୍ଡଳ,ଜକର ମଣ୍ଡଳ ଓ ଗହଙ୍ଗୁ ମଣ୍ଡଳ , ପ୍ରଥମତଃ ବରଗାଁ ମଣ୍ଡଳ ର କାଳଷଣ୍ଢପୁର ପଲ୍ଲୀ ସହ ଜକର ମଣ୍ଡଳ ର ଜକର ସଦର ପଲ୍ଲୀ ସେହି ପରି ବରଗାଁ ମଣ୍ଡଳ ର ନୂଆଗାଁ ପଲ୍ଲୀ ପରିଷଦ ସହ ଜକର ମଣ୍ଡଳ ର ଗୋବିନ୍ଦପୁର ପଲ୍ଲୀ ପରିଶେଷରେ ଗହଙ୍ଗୁ ମଣ୍ଡଳ ର ଶୋଡକ ପଲ୍ଲୀ ପରିଷଦ ସହ ପାଙ୍ଗିଡି ପଲ୍ଲୀ ପରିଷଦ ଏହି ତ୍ରୀସ୍ତରୀୟ ମଣ୍ଡଳ ବୈଠକ ରେ ଆପୋଷ ବୁଝାମଣା ହୋଇ ସମାଧାନ ର ନିଷ୍କର୍ଷ ବାହାରିଲା । ତିନି ମଣ୍ଡଳ ସଭାପତି ଓ କର୍ମ କର୍ତ୍ତା ତତ୍ ସହିତ ପଲ୍ଲୀ ସଭାପତି ଓ କର୍ମ କର୍ତ୍ତା ଏବଂ ପକ୍ଷ ସମୁହ ଉପସ୍ଥିତ ରହି ବୈଠକ ପୂର୍ବାହ୍ନ ୧୦ଘଣ୍ଟା ସମୟେ ଆରମ୍ଭ ହୋଇ ଅପରାହ୍ନ ୧ଟା ମଧ୍ୟେ ସମାଧାନ ର ନିଷ୍କର୍ଷ ବାହାରିଲା।ଅତି ଶୃଙ୍ଖଳାର ସହ ବୈଠକ ଆରମ୍ଭ ହୋଇ ଶେଷ ପର୍ଯ୍ୟାୟରେ ପହଁଚିଲା କୈାଣସି ବିଶୃଙ୍ଖଳା ନଥାଇ। ଉକ୍ତ ବୈଠକରେ ଉପସ୍ଥିତ ଥିବା ସଭ୍ୟ ବରଗାଁ ମଣ୍ଡଳ ସଭାପତି ଶ୍ରୀ କାଳୁ ଚରଣ ପ୍ରଧାନ, ଉପ-ସଭାପତି ବରଗାଁ ଶ୍ରୀ ବିଜୟ କୁମାର ନାୟକ, ବରଗାଁ ମଣ୍ଡଳ ସମ୍ପାଦକ ଶ୍ରୀ ରଞ୍ଜନ କୁମାର ରାଉତ,ସହ ସମ୍ପାଦକ ଶ୍ରୀ ନିର୍ମଳ ବିଶ୍ବାଳ, ପଲ୍ଲୀ ସଭାପତି ଶ୍ରୀ ସଞ୍ଜୟ କୁମାର ବିଶ୍ଵାଳ, ସଂପାଦକ ଶ୍ରୀ ରମେଶ ବିଶ୍ବାଳ,ଜକର ମଣ୍ଡଳ ସଭାପତି ଶ୍ରୀ କବିରାଜ ମାହାନ୍ତି, କେନ୍ଦ୍ରୀୟ ସଦସ୍ୟ ଶ୍ରୀ ଅଶୋକ କୁମାର ମାହାନ୍ତି,ଜକର ମଣ୍ଡଳ ସମ୍ପାଦକ ଶ୍ରୀ ଦୀନବନ୍ଧୁ ନାୟକ, ବିପିନ୍ ରାଉତ,ଅଭିନାହାକ, ଗହଙ୍ଗୁ ମଣ୍ଡଳ ସଭାପତି ଶ୍ରୀ ଦୂତୀ କୃଷ୍ଣ ବିଶ୍ବାଳ, କେନ୍ଦ୍ରୀୟ ସଦସ୍ୟ ଶ୍ରୀ ଭଗବାନ ମାହାନ୍ତି, ଗହଙ୍ଗୁ ମଣ୍ଡଳ ର ପାଙ୍ଗିଡି ପଲ୍ଲୀ ସଭାପତି,ଶୋଡକ ପଲ୍ଲୀ ସଭାପତି, ଗୋବିନ୍ଦପୁର ପଲ୍ଲୀ ସଭାପତି, ସମ୍ପାଦକ, ପ୍ରତ୍ୟେକ ପଲ୍ଲୀ ପରିଷଦ ର କର୍ମ କର୍ତ୍ତା ଓ ପକ୍ଷ ସମୁହ ଉପସ୍ଥିତ ରହି ଆପୋଷ ବୁଝାମଣା ଯୋଗୁଁ ସାମାଧାନ ର ନିଷ୍କର୍ଷ ବାହାରି ପାରିଛି କିନ୍ତୁ ପ୍ରକାଶ ଥାଉକି ବରଙ୍ଗା ମଣ୍ଡଳ ର ନୂଆଗାଁ ପଲ୍ଲୀ ର କର୍ମ କର୍ତ୍ତା ଉପସ୍ଥିତ ନ ରହିବା ବୈଠକ ର ସମସ୍ତ ସଭ୍ୟା ସଭ୍ୟ କ୍ଷୋଭ ପ୍ରକାଶ କରିଥିଲେ। ଉକ୍ତ ବୈଠକର ସଭାପତିତ୍ବ କରିଥିଲେ ଶ୍ରୀ ଦ୍ବିତିକୃଷ୍ଣ ବିଶ୍ବାଳ ବୈଠକ କୁ ସାଙ୍ଗ କରି ପରିଶେଷରେ ପ୍ରସାଦ ସେବନ ପାଇଁ ଅନୁରୋଧ କରିଥିଲେ।

Leave a Reply

Your email address will not be published. Required fields are marked *