ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମା କାଳୁଆ ଯାତ୍ରା

ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମା କାଳୁଆ ଯାତ୍ରା ନିମନ୍ତେ କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଟିତ l ଚଳିତ ବର୍ଷ ଯାତ୍ରା ଅକ୍ଟୋବର ୨ ତାରିଖ ରୁ ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଟିତ ହେବ l ଅମାବାସ୍ୟା ଦିନ ରାତ୍ର ୧୧ ଟାରେ ମା ଙ୍କୁ ନିଜସ୍ଵ ମନ୍ଦିରରୁ ନୀତି କାନ୍ତି ଅନୁଯାୟୀ ବରଣ କରି ପାଲିଙ୍କିରେ ଅଣାଯିବ l ଗଞ୍ଜାମ ଜିଲ୍ଲାର ବିଭିନ୍ନ ଲୋକନୃତ୍ୟ ସହ ମାଲକାନଗିରି ଜିଳ୍ଲାର ଲୋକ ନୃତ୍ୟ ଚଳିତ ଥର ପ୍ରଦର୍ଶନ ହେବ l ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି ସହ ଟ୍ରାଫିକ ନିୟନ୍ତ୍ରଣ ରଖାଯିବାର ବ୍ୟବସ୍ଥା ରହିବ l ପ୍ରତ୍ୟେକ ଦିନ ଶ୍ରଦ୍ଧାଳୁ ଶାନ୍ତି ଶୃଙ୍ଖଳାରେ ମା ଙ୍କୁ ଦର୍ଶନ କରିବା ପାଇଁ ବ୍ୟବସ୍ଥା କରାଯିବା ସହ ଟିକି ନିଖି ବିଶୃଙ୍ଖଳା ଧ୍ୟାନ ରଖିବା ପାଇଁ ସିସିଟିଭି ଖଞ୍ଜାଜିବ ବୋଲି କହିଛନ୍ତି ମା କାଳୁଆ ଯାତ୍ରା କମିଟିର ସଭାପତି ଜଗନ୍ନାଥ ଚୌଧୁରୀ l

Leave a Reply

Your email address will not be published. Required fields are marked *