ଆମ୍ବଟାଙ୍କୁର ଯାଉ ଖାଇ ଏମକେସିଜି ରେ ଚିକିତ୍ସିତ 6ଜଣ ଗୁରୁତରଙ୍କୁ ସିପିଏମ୍ ପ୍ରତିନିଧିମାନେ ଭେଟି ଅବସ୍ଥା ବୁଝିଲେ
ବ୍ରହ୍ମପୁର – ଫୁଲବାଣୀ ଜିଲ୍ଲାର ଦାରିଙ୍ଗି ବାଡ଼ି ବ୍ଲକ ଅନ୍ତର୍ଗତ ଗଦାପୁର ପଞ୍ଚାୟତର ମାଣ୍ଡିପଙ୍କା ଗ୍ରାମରେ 3 ମାସ ଧରି ଖାଉଟି ଜିନିଷ ନ ପାଇ ଆମ୍ବ ଟାଙ୍କୁ ଜାଉ ଖାଇବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ଏବଂ 6 ଜଣ ଗୁରୁତର ଭାବେ ପୀଡ଼ିତ ହୋଇ MKCG ରେ ଚିକିତ୍ସିତ ହେଉଛନ୍ତି।ଏହା ଓଡିଶା ରାଜ୍ୟ ପାଇଁ ଏକ କଳଙ୍କିତ ଘଟଣା ବୋଲି ସିପିଏମ ପକ୍ଷରୁ ପ୍ରକାଶ କରାଯାଇଛି।ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା, ବରିଷ୍ଠ ନେତା କୈଳାଶ ଷଡଙ୍ଗୀ, ଗୋପାଳ ପାଣିଗ୍ରାହୀ, ପ୍ରତାପ ଚୌଧୁରୀ, ରଞ୍ଜନ ପାତ୍ର ଓ ରାଜା ରାଓ ପ୍ରମୁଖ ଏକ ପ୍ରତିନିଧି ମଣ୍ଡଳୀ ଡାକ୍ତରଖାନାରେ ପୀଡିତମାନଙ୍କୁ ଭେଟି ଅବସ୍ଥା ବୁଝିଲା ପରେ ଏହା ପ୍ରକାଶ କରିଛନ୍ତି।ପିଡିତାମାନଙ୍କ ପାଖରେ ଉପସ୍ଥିତ ଗଦାପୁର ସରପଞ୍ଚ ପ୍ରକାଶ କରିଥିଲେ ଯେ ଗତ 3 ମାସ ଧରି ରେସନ ଜିନିଷ ନ ମିଳିବା ଯୋଗୁଁ ଜୀବନ ବିକଳରେ ଗରିବ ଲୋକମାନେ ଆମ୍ବ ଟାଙ୍କୁ ଜାଉକରି ଖାଇବାକୁ ବାଧ୍ୟ ହୋଇଛନ୍ତି।ଫଳରେ ଏପରି ଦୁଃଖଦ ଅବସ୍ଥା ଦେଖା ଦେଇଛି।ରାଜ୍ୟରେ ବିଜେପିର ଆଦିବାସୀ ମୁଖ୍ୟମନ୍ତ୍ରୀ ଥିବାବେଳେ ଆଦିବାସୀଙ୍କର ଏହି କରୁଣ ଚିତ୍ର ରାଜ୍ୟ ବିଜେପିର ସୁଶାନର ଆଉ ଏକ ଉଦାହରଣ ବୋଲି ଅଭିଯୋଗ କରାଯାଇଛି।ଖାଦ୍ୟ ସୁରକ୍ଷା ଆଇନ ମାଧ୍ୟମରେ ଆଦିବାସୀ ମାନେ ରେସନ ସାମଗ୍ରୀ ପାଉଥିଲେ। 3 ମାସ ପର୍ଯ୍ୟନ୍ତ ରେସନ ନ ଦେବା ଆଇନର ସ୍ୱଷ୍ଟ ଉଲଂଘନ। ତେଣୁ ରେସନ ନ ଦେବାରେ ଯେଉଁମାନେ ଦାୟୀ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରାଯାଇଛି।ମୃତକ ପରିବାରକୁ 20 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ, ପୀଡିତ ମାନଙ୍କୁ ସୁସ୍ଥ ହେବା ପର୍ଯ୍ୟନ୍ତ ଉନ୍ନତ ମାନର ଚିକିତ୍ସା ଏବଂ ଅତିଶିଘ୍ର ମୁଣ୍ଡ ପିଛା 10 କେଜି ଲେଖାଏଁ ଚାଉଳ ଯୋଗାଇ ଦେବାପାଇଁ ସି ପି ଆଇ ଏମ ପକ୍ଷରୁ ସରକାରଙ୍କ ନିକଟରେ ଦାବୀ କରାଯାଇଛି।ପାର୍ଟି ପକ୍ଷରୁ ମାଣ୍ଡିପଙ୍କା ଗ୍ରାମକୁ ଆଦିବାସୀ ନେତା ସତ୍ୟ ମଣ୍ଡଳ ଓ ସୋରଡ଼ା ସମ୍ପାଦକ ବିଭୁ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଯାଇଛନ୍ତି।
