ସମୟ
ସମୟ କାହାକୁ ଅପେକ୍ଷା କରେନି
ଗତିକରେ ଅବିରାମ ରେ। ମଣିଷ କାହାକୁ ଭରସା କରେନି
କାମକରେ ନିଜ ଇଚ୍ଛାରେ।
ରାତି ଦିନ ମିଶି ଚବିଶି ଘଣ୍ଟା ଯେ
ପୃଥିବୀ ବୁଲୁଛି କକ୍ଷରେ
ଆବର୍ତ୍ତନ ଗତି ହେଉଛି ରେ ଭାଇ
ସବୁ ସମୟର ସ୍ରୋତରେ।
ସମୟ କୁ ଯିଏ ସମ୍ମାନ ଦିଅଇ
ନିଜ କାମ କରେ ଭଲରେ
ସମୟ କୁ ଯିଏ ପସନ୍ଦ ନକରେ
ଅଳସୁଆ ହୁଏ ସେହି ରେ।

ହରିହର ସାହୁ
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ
