ଜେଏସ୍ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ଓ ଜେଏସ୍ଡବ୍ଲ୍ୟୁ ଫାଉଣ୍ଡେସନ୍ ପକ୍ଷରୁ ନୋଲିଆସାହି ଗ୍ରାମରେ କଂକ୍ରିଟ୍ ରାସ୍ତାର ଶିଳାନ୍ୟାସ
ପାରାଦୀପ: ଜେଏସ୍ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ଲିମିଟେଡ୍ର ସଭାପତି ଶ୍ରୀ ଅନିଲ କୁମାର ସିଂହଙ୍କ ନେତୃତ୍ୱରେ କମ୍ପାନୀ ଏବଂ ଜେଏସ୍ଡବ୍ଲ୍ୟୁ ଫାଉଣ୍ଡେସନ୍ ପକ୍ଷରୁ ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଗ୍ରାମୀଣ ଭିତ୍ତିଭୂମିର ବିକାଶ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସାମାଜିକ-ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି।ସ୍ଥାନୀୟ ଅଞ୍ଚଳର ଦୀର୍ଘଦିନର ଏକ ମୌଳିକ ଆବଶ୍ୟକତାକୁ ପୂରଣ କରିବା ଉଦ୍ଦେଶ୍ୟରେ ଗଡ଼କୁଜଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୋଲିଆସାହି ଗ୍ରାମରେ ୨୯୦ ମିଟର ଲମ୍ବ ଓ ୧୨ ଫୁଟ୍ ପ୍ରସ୍ଥ ବିଶିଷ୍ଟ କଂକ୍ରିଟ୍ ରାସ୍ତା ନିର୍ମାଣ ପାଇଁଜେଏସ୍ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ଲିମିଟେଡ୍ ଏବଂ ଜେଏସ୍ଡବ୍ଲ୍ୟୁ ଫାଉଣ୍ଡେସନ୍ ପକ୍ଷରୁ ଶିଳାନ୍ୟାସ ଉତ୍ସବ ଆୟୋଜନ କରାଯାଇଥିଲା।ଏହି ରାସ୍ତା ଗଙ୍ଗାମାତା ମନ୍ଦିରଠାରୁ ଗ୍ରାମର ଶ୍ମଶାନ ପର୍ଯ୍ୟନ୍ତ ସଂଯୋଗ ସ୍ଥାପନ କରିବ। ଦୀର୍ଘଦିନ ଧରି ଶ୍ମଶାନକୁ ଯିବା ପାଇଁ ଗ୍ରାମବାସୀମାନେ ନାନା ସମସ୍ୟାର ସମୁଖୀନ ହୋଇଆସୁଥିଲେ। ବିଶେଷକରି ବର୍ଷା ଋତୁରେ ରାସ୍ତାରେ ଜଳବନ୍ଦୀ, କାଦୁଅ ଓ ଅସମତଳ ପଥ ଯୋଗୁଁ ଯାତାୟାତ ଅତ୍ୟନ୍ତ କଷ୍ଟକର ହୋଇପଡ଼ୁଥିଲା। ଏହି କଂକ୍ରିଟ୍ରାସ୍ତା ନିର୍ମାଣ ଦ୍ୱାରା ସବୁ ଋତୁରେ ଯାତାୟାତ ସୁବିଧାଜନକ ହେବା ସହ ଗ୍ରାମବାସୀମାନେ ସୁରକ୍ଷିତ ଓ ସହଜରେ ଶ୍ମଶାନରେ ପହଞ୍ଚିପାରିବେ। ଏହାଦ୍ୱାରା ଅନ୍ତିମ ସଂସ୍କାର ଭଳି ଏକ ସମ୍ବେଦନଶୀଳ ସମୟରେ ଗ୍ରାମବାସୀଙ୍କୁ ସମ୍ମାନଜନକ ଓ ସୁବିଧାଜନକ ପରିବେଶ ମିଳିପାରିବ।ଏହି ଶିଳାନ୍ୟାସ ଉତ୍ସବରେ ଜେଏସ୍ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ଲିମିଟେଡ୍, ପାରାଦୀପର ଉପସଭାପତି ଶ୍ରୀ ମନୋଜ ସିଂହ, ଆସୋସିଏଟ୍ ଉପସଭାପତି ଶ୍ରୀ ମିତ୍ରଭାନୁ ଚୌଧୁରୀ ଏବଂ ଜେଏସ୍ଡବ୍ଲ୍ୟୁ ଫାଉଣ୍ଡେସନ୍, ପାରାଦୀପର ସିଏସ୍ଆର୍ ମୁଖ୍ୟ ଶ୍ରୀ ଅଭିଜିତ ମହାନ୍ତି ଉପସ୍ଥିତ ଥିଲେ।ଏହାସହ ଗଡ଼କୁଜଙ୍ଗ ଗ୍ରାମ ପଞ୍ଚାୟତର ସମାଜସେବୀ ଓ ସ୍ଥାନୀୟ ପ୍ରତିନିଧି ଶ୍ରୀ ଯଦୁନାଥ ଖଟୁଆ, ଶ୍ରୀ ସମ୍ପଦ ବାରିକ, ଶ୍ରୀ କିଶୋରଲାଲ ବେହେରା ଏବଂ ଶ୍ରୀ ଦିବ୍ୟପ୍ରକାଶ ବେହେରାଙ୍କ ସମେତ ଅନ୍ୟାନ୍ୟ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ରହିଥିଲେ।ଏହି ପଦକ୍ଷେପ ଜେଏସ୍ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ଲିମିଟେଡ୍ ଓ ଜେଏସ୍ଡବ୍ଲ୍ୟୁ ଫାଉଣ୍ଡେସନ୍ର ସମାଜ କଲ୍ୟାଣ, ଗ୍ରାମୀଣ ଭିତ୍ତିଭୂମିର ବିକାଶ ଏବଂ ସମାବେଶୀ ଅଭିବୃଦ୍ଧି ପ୍ରତି ରହିଥିବା ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଏଭଳି ଜନହିତକର ପଦକ୍ଷେପ ମାଧ୍ୟମରେ ଉଭୟ ସଂସ୍ଥା ସ୍ଥାନୀୟ ଲୋକଙ୍କ ଆବଶ୍ୟକତା ପୂରଣ,ସମ୍ପ୍ରଦାୟ ସହ ସୁଦୃଢ଼ ସମ୍ପର୍କ ସ୍ଥାପନ ଏବଂ ଆଖପାଖ ଗ୍ରାମଗୁଡ଼ିକର ସ୍ଥାୟୀ ବିକାଶରେ ଯୋଗଦାନ ଦେବାକୁ ଲକ୍ଷ୍ୟ ରଖିଛନ୍ତି।
