କନ୍ଧମାଳରେ ଭୟାବହ ଭୂସ୍ଖଳନ ପରେ ଆବର୍ଜନା ହଟାଇବାରେ ଓଡ଼ିଶା ସରକାରଙ୍କୁ ସହାୟତା ପାଇଁ ଭାରତୀୟ ରେଳବାଇ ପକ୍ଷରୁ ବିଶେଷଜ୍ଞ କର୍ମଚାରୀ

ନୂଆଦିଲ୍ଲୀ, ୩୧ ଅକ୍ଟୋବର ୨୦୨୬ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ବ୍ଲକସ୍ଥିତ କିଲାପାଙ୍ଗା ଘାଟି ରାସ୍ତାରେ ଏକ ଭୟାବହ ଭୂସ୍ଖଳନ ଘଟିଛି।ପାହାଡ଼ ଉପରୁ ବଡ଼ ବଡ଼ ପଥରଖଣ୍ଡ, ବିପୁଳ ପରିମାଣର ମାଟି ଏବଂ ଉପୁଡ଼ି ପଡ଼ିଥିବା ଗଛ ତଳକୁ ଖସି ଆସିବା ଫଳରେ ରାସ୍ତା ଅବରୋଧ ହୋଇଛି ଏବଂ ନିକଟସ୍ଥ ଗ୍ରାମଗୁଡ଼ିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।ଏହି ଜରୁରୀକାଳୀନ ପରିସ୍ଥିତିର ତୁରନ୍ତ ମୋକାବିଲା କରି, ପୂର୍ବତଟ ରେଳପଥ (ECoR) ପ୍ରଭାବିତ ରାସ୍ତାରୁ ଆବର୍ଜନା ଏବଂ ବଡ଼ ବଡ଼ ପଥରଖଣ୍ଡ ହଟାଇବାରେ ଓଡ଼ିଶା ସରକାରଙ୍କୁ ସହାୟତା କରିବା ପାଇଁ ବିଶେଷଜ୍ଞ କର୍ମଚାରୀ ଏବଂ ଭାରି ଯନ୍ତ୍ରପାତି ନିୟୋଜିତ କରିଛି।ମାନ୍ୟବର କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଓଡ଼ିଶାର ରାଜସ୍ୱ ମନ୍ତ୍ରୀ ଏବଂ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କ ସହ ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କୁ ନେଇ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ କନଫରେନ୍ସ କଲ୍ ପରେ ଏହି ନିୟୋଜନ କରାଯାଇଛି। ଏହି ବୈଠକରେ ସ୍ଥିତିର ସମୀକ୍ଷା କରାଯିବା ସହ ରେଳବାଇ ପକ୍ଷରୁ ଆବଶ୍ୟକ ସହାୟତାର ଆକଳନ କରାଯାଇଥିଲା।ଜରୁରୀକାଳୀନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ରାଜ୍ୟ ସରକାରଙ୍କୁ ସମସ୍ତ ସମ୍ଭବପର ସହାୟତା ଯୋଗାଇ ଦେବାକୁ ପୂର୍ବତଟ ରେଳପଥକୁ ନିର୍ଦ୍ଦେଶ ଦିଆଯାଇଛି।ରାସ୍ତା ସଫା କାର୍ଯ୍ୟ ପାଇଁ ବିଶେଷଜ୍ଞ ଦଳ ନିୟୋଜିତରେଳବାଇ ପକ୍ଷରୁ ଆବଶ୍ୟକ ଯନ୍ତ୍ରପାତି ଏବଂ ଦକ୍ଷତା ସମ୍ପନ୍ନ ଏକ ସ୍ୱତନ୍ତ୍ର ନିୟନ୍ତ୍ରିତ ବିସ୍ଫୋରଣ (controlled blasting) ଦଳକୁ ନିୟୋଜିତ କରାଯାଉଛି। ଏହି କାର୍ଯ୍ୟରେ ସହାୟତା ପାଇଁ ସୋନପୁର ଏବଂ ରେଢ଼ାଖୋଲରୁ ଟିମ୍ ସେମାନଙ୍କ ପର୍ଯ୍ୟବେକ୍ଷକଙ୍କ ସହ ନିୟୋଜିତ ହେଉଛନ୍ତି। ପ୍ରଭାବିତ ସ୍ଥାନରୁ ଭାରି ପଥର ଏବଂ ଆବର୍ଜନାକୁ ସୁରକ୍ଷିତ ଭାବେ ଟେକିବା, ଘୁଞ୍ଚାଇବା ଏବଂ ହଟାଇବା ପାଇଁ ଚେନ୍-ପୁଲି ସିଷ୍ଟମ୍, ଟିରଫୋର୍ (Tirfor) ଯନ୍ତ୍ରପାତି ଏବଂ ଉପଯୁକ୍ତ ସ୍ଲିଙ୍ଗ୍‌ର ମଧ୍ୟ ବ୍ୟବସ୍ଥା କରାଯାଇଛି।

ସୋନପୁର ଟିଆରଡି (TRD) ବ୍ରେକଡାଉନ୍ ଯାନ, କର୍ମଚାରୀ ଏବଂ ଯନ୍ତ୍ରପାତି ସହିତ ଚାରିଛକରେ ପହଞ୍ଚି ସାରିଥିବାବେଳେ, ରେଢ଼ାଖୋଲ ଟିମ୍ ଘଟଣାସ୍ଥଳକୁ ଅଗ୍ରସର ହେଉଛି।ଏହି ଅପରେସନକୁ ଅଧିକ ଶକ୍ତିଶାଳୀ କରିବା ପାଇଁ, ମାଲିଗୁଡା, ଜୟପୁର ଏବଂ କୋରାପୁଟରୁ ସ୍ୱତନ୍ତ୍ର ଯନ୍ତ୍ରପାତି ଏବଂ କର୍ମଚାରୀଙ୍କୁ ନେଇ ତିନୋଟି ଟ୍ରକ୍ ଜି. ଉଦୟଗିରି ଅଭିମୁଖେ ପଠାଯାଇଛି।ଏହି ନିୟୋଜନରେ ପର୍ଯ୍ୟବେକ୍ଷକ, ବିସ୍ଫୋରକ ବିଶେଷଜ୍ଞ (blaster), ଡ୍ରିଲର୍, ଦୁଇ ସେଟ୍ ଟ୍ରାକ୍ଟର କମ୍ପ୍ରେସର, ଦୁଇ ସେଟ୍ ଜ୍ୟାକହାମର ଏବଂ ବିସ୍ଫୋରକ ସାମଗ୍ରୀ ସାମିଲ ଅଛନ୍ତି।ଏହି ଟିମ୍ ଏବଂ ଯନ୍ତ୍ରପାତିଗୁଡ଼ିକ ରାସ୍ତା ଅବରୋଧ କରୁଥିବା ବିଶାଳ ପଥରଗୁଡ଼ିକୁ ନିୟନ୍ତ୍ରିତ ବିସ୍ଫୋରଣ ମାଧ୍ୟମରେ ଭାଙ୍ଗିବା ଏବଂ ହଟାଇବାରେ ସହାୟତା କରିବେ। ସ୍ଥଳଭାଗରେ କାର୍ଯ୍ୟକ୍ଷମ ଆବଶ୍ୟକତା ଅନୁଯାୟୀ ଅଧିକ ସମ୍ପଳ୍ପ ନିୟୋଜିତ କରାଯିବ।ଜିଲ୍ଲା ପ୍ରଶାସନ ସହ ସମନ୍ୱୟସମ୍ପଳ୍ପଗୁଡ଼ିକର କାର୍ଯ୍ୟକାରୀ ନିୟୋଜନ ଏବଂ ରାସ୍ତା ସଫା କାର୍ଯ୍ୟର ସୂଚାରୁ ସମ୍ପାଦନ ପାଇଁ ପୂର୍ବତଟ ରେଳପଥ କନ୍ଧମାଳ ଜିଲ୍ଲା ପ୍ରଶାସନ ସହ ନିବିଡ଼ ସମନ୍ୱୟ ରକ୍ଷା କରୁଛି। ସମସ୍ତ ସମ୍ପୃକ୍ତ ରେଳବାଇ ବିଭାଗ ଏବଂ ଅଧିକାରୀଙ୍କୁ ଏହି କାର୍ଯ୍ୟକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ଏବଂ ଆବଶ୍ୟକ ମାନବ ଶକ୍ତି ଓ ଯନ୍ତ୍ରପାତିର ସମୟାନୁବର୍ତ୍ତୀ ନିୟୋଜନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଏହି ଜରୁରୀକାଳୀନ ପରିସ୍ଥିତିର ମୋକାବିଲା କରିବା ଏବଂ ପ୍ରଭାବିତ ଗ୍ରାମଗୁଡ଼ିକୁ ଯୋଗାଯୋଗ ପୁନଃସ୍ଥାପନ କରିବା ପାଇଁ ପୂର୍ବତଟ ରେଳପଥ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନକୁ ସମସ୍ତ ସମ୍ଭବପର ସହାୟତା ପ୍ରଦାନ କରୁଛି।

Leave a Reply

Your email address will not be published. Required fields are marked *