ଜାତୀୟ ଏକତା ଦିବସ ଅବସରରେ ପୁରୀ ପୋଲିସ ପକ୍ଷରୁ ଶପଥ ପାଠ କାର୍ଯ୍ୟକ୍ରମ
ପୁରୀ, ୩୧.୧୦.୨୦୨୬ଜାତୀୟ ଏକତା ଦିବସ ଅବସରରେ ଆଜି ପୁରୀ ଜିଲ୍ଲାର ସମସ୍ତ ଥାନା ଓ ପୋଲିସ ପ୍ରତିଷ୍ଠାନ ସମେତ ଡିପିଓ, ପୁରୀ ଏବଂ ଆର୍.ଓ., ପୁରୀଠାରେ ଶପଥ ପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏହି ଅବସରରେ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷା ରକ୍ଷା କରିବା ସହ ଜାତୀୟ ଐକ୍ୟ ଓ ସଂହତିକୁ ସୁଦୃଢ଼ କରିବା ନିମନ୍ତେ ଶପଥ ଗ୍ରହଣ କରିଥିଲେ।ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜାତୀୟ ଏକତା ଓ ସଂହତିର ଆଦର୍ଶକୁ ସ୍ମରଣ କରି ଏହି ଦିବସ ପାଳନ କରାଯାଇଥିଲା।ପୁରୀ ପୋଲିସ
