ଏରେଇଁ ପଞ୍ଚାୟତରେ ବରିଷ୍ଠ ନାଗରିକ ସଂଘର ନୂତନ ଭବନର ଶୁଭ ଶିଳାନ୍ୟାସଭ

ଦ୍ରକ, ୨୪/୦୫ : ବିକଶିତ ଗ୍ରାମ ଓ ବିକଶିତ ଓଡ଼ିଶା ଯୋଜନାଅଧୀନରେ ଭଦ୍ରକ ବ୍ଲକ ଅନ୍ତର୍ଗତ ଏରେଇଁ ପଞ୍ଚାୟତରେ ଚରମ୍ପା ବରିଷ୍ଠ ନାଗରିକ ସଂଘ ପାଇଁ ନୂତନ ଭବନ ନିର୍ମାଣର ଶୁଭଶିଳାନ୍ୟାସ କାର୍ଯ୍ୟକ୍ରମ ଭବ୍ୟ ଭାବେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭଦ୍ରକର ଯୁବ ବିଧାୟକ ଶ୍ରୀଯୁକ୍ତ ଶିତାଶୁ ଶେଖର ମହାପାତ୍ର ଯୋଗଦେଇ ବରିଷ୍ଠ ନାଗରିକମାନଙ୍କର ଆଶୀର୍ବାଦ ଗ୍ରହଣ କରିଥିଲେ।କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ସଂଘର ସମସ୍ତ କର୍ମକର୍ତ୍ତା, ସ୍ଥାନୀୟ ଜନପ୍ରତିନିଧୂ ଓ ଅଞ୍ଚଳବାସୀ ଉପସ୍ଥିତ ଥିଲେ। ବିଧାୟକ ଶ୍ରୀ ମହାପାତ୍ର ରିବନ କାଟି ଓ ଶିଳାଫଳକ ଉନ୍ମୋଚନ କରି ଭବନ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ।ଏହି ଅବସରରେ ସେ କହିଥିଲେ ଯେ, “ଆମ ବରିଷ୍ଠ ନାଗରିକମାନେ ସମାଜର ଅମୂଲ୍ୟ ସମ୍ପଦ। ସେମାନଙ୍କ ସମ୍ମାନ, ସୁରକ୍ଷା ଓ ସେବା କରିବା ଆମ ସମସ୍ତଙ୍କର

ନୈତିକ କର୍ତ୍ତବ୍ୟ। ନୂତନ ଭବନଟି ବରିଷ୍ଠ ଜନମାନଙ୍କ ପାଇଁ ଆତ୍ମୀୟତା, ସମ୍ମାନ ଓ ସାମାଜିକ ସମ୍ପର୍କର ଏକ ନୂତନ କେନ୍ଦ୍ର ଭାବେ ଗଢ଼ିଉଠିବ।”ସ୍ଥାନୀୟ ବରିଷ୍ଠ ନାଗରିକମାନେ ଏହି ପଦକ୍ଷେପକୁ ସ୍ବାଗତ କରିଥିବାବେଳେ, ଏହା ଅଞ୍ଚଳର ସାମାଜିକ ଏକତାକୁ ଆହୁରି ସୁଦୃଢ଼ କରିବ ବୋଲି ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମଟି ସମଗ୍ର ଅଞ୍ଚଳରେ ଉତ୍ସାହ ଓ ଆନନ୍ଦର ପରିବେଶ ସୃଷ୍ଟି କରିଥିଲା।

Leave a Reply

Your email address will not be published. Required fields are marked *