ମାକ୍ରୋୱେବ ଟେକ୍ନୋଲୋଜି ପରିସରରେ ବିଶାଳ ରକ୍ତଦାନ ଶିବିର
ତା ୨୪-୦୫-୨୦୨୬ ରିଖ ରବିବାର ଦିନ ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ଏକ ରକ୍ତଦାନ ଶିବିର ମାକ୍ରୋୱେବ ଟେକ୍ନୋଲୋଜି ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଠାରେ ଉଲ୍ଲେଖ କରାଯାଇପାରେ ସଂସ୍ଥାର ପରିଚାଳନା ନିର୍ଦ୍ଧଷକ ଶ୍ରୀ ମନୋଜ କୁମାର ରାୟଙ୍କ ଜନ୍ମ ଦିନକୁ ରକ୍ତଦାନ ଶିବିର ଆୟୋଜନ କରି ନିଆରା ଢଙ୍ଗରେ ପାଳନ କରି ସମାଜକୁ ଏକ ପ୍ରେରଣଦାୟୀ ବାର୍ତ୍ତା ଦେଇଛନ୍ତି । ଏ ଶିବିର କୁ ଇଂ ପିତାମ୍ବର ପରିଡା, ପୂର୍ବତନ ସାଧାରଣ ପରିଚାଳକ , ଜିଲ୍ଲା ଶିଳ୍ପ କେନ୍ଦ୍ର, ଭଦ୍ରକ – ତଥା – ସମାଜସେବୀ ଉଦଘାଟନ କରିଥିଲେ । ଏଭଳି ସାଧୁ ଉଦ୍ୟମକୁ ସେ ପ୍ରଶଂସା କରିବା ସଂଗେ ସଂଗେ କାର୍ଯ୍ୟକ୍ରମର ସଫଳ ରୂପାୟନ କାମନା କରିଥିଲେ । ସଂସ୍ଥାର ନିର୍ଦ୍ଧଶିକା ଶ୍ରୀମତୀ ନମ୍ରତା ରାୟ ଅକ୍ଲାନ୍ତ ପରିଶ୍ରମ କରି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ । ୯୫ ଜଣ ନାମ ରେଜିଷ୍ଟ୍ରସନ କରିଥିଲେ ମଧ୍ୟ ଅତ୍ୟଧିକ ରୋଦ୍ରତାପ ଯୋଗୁଁ ୪୦ ଜଣ ରକ୍ତଦାନ କରିପାରି ଥିଲେ । ମାକ୍ରୋୱେବ ଟେକ୍ନୋଲୋଜି ତରଫ ରୁ ସମରେନ୍ଦ୍ର ପୁହାଣ, ଶୁଭସ୍ମିତା ମଲ୍ଲିକ, ରଶ୍ମିରଂଜନ ବେହେରା, ମୋନାଲିସା ପରିଡା, ରୁଦ୍ର ନାରାୟଣ ମହାନ୍ତି, ଅର୍ଶଦ ଅଲ୍ଲୀ ଖାଁ, ମଧୁସ୍ମିତା ନାୟକ, ରଶ୍ମିପ୍ରଭା ରାଉଳ, ବିକାଶ ଧଳ , ତପସ୍ୱିନୀ ଶାନ୍ତ, ଜ୍ୟୋତ୍ସ୍ନା ରାଣୀ ନାୟକ, ରାଜ କିଶୋର ମହାନ୍ତି , ଭକ୍ତହରି ସାହୁ, ସୁନୀଲ ବେହେରା, ସୁମନ ପଣ୍ଡା, ନିର୍ମଳ ମାଝୀ, ପ୍ରମୋଦ ପୁହାଣ, ଉମାକାନ୍ତ ରାୟ, ମାୟାଧର ଓଝା , ଅଙ୍କିତା

ପାତ୍ର, ସତ୍ୟରଞ୍ଜନ ରାୟ , ମିଥୁନ ମହାଳିକ , ନମିତ। ମହାପାତ୍ର, ସୁନୟନା ମଲ୍ଲିକ , ପୁର୍ଣିମା ସ୍ୱାଇଁ , କସିସ ମିନହାଜ କ୍ୱାଦ୍ରି , ବର୍ଷାରାଣୀ ପଣ୍ଡା ପ୍ରମୁଖ ସହାୟତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ବାଦଲ ସିକଦାର, ଡଃ ଅରୁଣ କୁମାର ଲେଙ୍କା, ସତ୍ୟସଂକର ବରାଳ, ରାଜକିଶୋର ମିଶ୍ର ଏବଂ ଓସମେ ର ପ୍ରତିନିଧି ଯାଦବ ଲେଙ୍କା ଉପସ୍ଥିତ ରହି ରକ୍ତଦାନ ଶିବିରର ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ତଦାରଖ କରିଥିଲେ । ବ୍ଳଡ଼ ବ୍ୟାଙ୍କ ଅଫିସର ଡଃ ବିମଳା ମିଶ୍ର, ଟେକ୍ନିକାଲ ଅଫିସର ଲେଲିନା ସ୍ୱାଇଁ , ଲାବ୍ରୋଟରୀ ଟେକନିସିଆନ ରବୀନ୍ଦ୍ର ଜେନା ଓ ମନିଷା ଜେନା, ଯ।ଜ୍ଞସିନି ସାହୁ, ଅରୁଣ କୁମାର ପରିଡା, ବଳରାମ ପୁହାଣ ରକ୍ତ ସଂଗ୍ରହ କରିଥିଲେ । କାର୍ଯ୍ୟକ୍ରମ ର ସଫଳ ରୂପାୟନ ପାଇଁ ଶ୍ରୀ ମନୋଜ କୁମାର ରାୟ ବ୍ଲଡ଼ ବ୍ୟାଙ୍କ ର ସମସ୍ତ କର୍ମଚାରୀ, ଅନୁଷ୍ଠାନ ର ଛାତ୍ର ଛାତ୍ରୀ ଏବଂ ସହାୟତା କରିଥିବା ସମସ୍ତ ସଜ୍ଜନ ମାନଙ୍କୁ କୃତଜ୍ଞନ୍ତା ଜ୍ଞାପନ କରିଥିଲେ ।ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ ଭଦ୍ରକ
