ବ୍ରିକ୍ସ ସହଯୋଗର ଦୁଇ ଦଶନ୍ଧି ପୂର୍ତ୍ତି ଅବସରରେ ସ୍ମାରକ ଡାକ ଟିକଟ ଉନ୍ମୋଚନ
ବ୍ରିକ୍ସର ଦୁଇ ଦଶନ୍ଧି ପୂର୍ତ୍ତି ଅବସରରେ, ନୂଆଦିଲ୍ଲୀଠାରେ ଆୟୋଜିତ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ୧୨ ସେପ୍ଟେମ୍ବର ୨୦୨୬ରେ ଦୁଇଟି ସ୍ମାରକ ଡାକ ଟିକଟ ଉନ୍ମୋଚନ କରାଯାଇଛି।“BRICS: Two Decades of Cooperation, 2006–2026” (ବ୍ରିକ୍ସ: ସହଯୋଗର ଦୁଇ ଦଶନ୍ଧି, ୨୦୦୬-୨୦୨୬) ଲେଖା ଥିବା ଏହି ସ୍ମାରକ ଡାକ ଟିକଟଗୁଡ଼ିକ ଆଲୋଚନା ଓ ସହଯୋଗର ଏକ ମୂଲ୍ୟବାନ ମଞ୍ଚ ଭାବେ ବ୍ରିକ୍ସର ବିକାଶକୁ ପ୍ରତିଫଳିତ କରୁଛି।ଏହି ଦୁଇଟି ଡାକ ଟିକଟରେ “Building for Resilience, Innovation, Cooperation and Sustainability” (ସ୍ଥିରତା, ନବସୃଜନ, ସହଯୋଗ ଓ ସ୍ଥାୟୀତ୍ୱ ପାଇଁ ନିର୍ମାଣ) ଶୀର୍ଷକ ବିଷୟବସ୍ତୁ ଅଧୀନରେ ଭାରତର ୨୦୨୬ ବ୍ରିକ୍ସ ଅଧ୍ୟକ୍ଷତାର ପ୍ରାଥମିକତାଗୁଡ଼ିକୁ ମଧ୍ୟ ପ୍ରତିଫଳିତ କରାଯାଇଛି।ପ୍ରଥମ ଡାକ ଟିକଟରେ ପାରସ୍ପରିକ ସମ୍ମାନ, ବୁଝାମଣା ଓ ଏକତାର ଭାବନା ସହିତ ଏକ ମଞ୍ଚ ଭାବେ ବ୍ରିକ୍ସର ଆବିର୍ଭାବକୁ ପ୍ରତିଫଳିତ କରାଯାଇଛି। ଦ୍ୱିତୀୟ ଡାକ ଟିକଟରେ ବ୍ରିକ୍ସର ଲୋଗୋ ସହିତ ଭାରତର ଅଧ୍ୟକ୍ଷତା ପଛରେ ରହିଥିବା ‘ମାନବିକତା ପ୍ରଥମ’ ଓ ‘ଜନକୈନ୍ଦ୍ରିକ’ ଦୃଷ୍ଟିକୋଣକୁ ପ୍ରଦର୍ଶିତ କରାଯାଇଛି।
