ସହିଦ୍ ଭଗତ ସିଂ ଜୟନ୍ତୀ ଉପଲକ୍ଷେ ମାଗଣା ସ୍ବାସ୍ଥ୍ୟ ଏବଂ ଚକ୍ଷୁ ପରୀକ୍ଷା ଶିବିର।

ସହିଦ୍ ଭଗତ ସିଂ ଜୟନ୍ତୀ ଉପଲକ୍ଷେ ପାଣିଗ୍ରାହୀ ପେଣ୍ଠ ସାହିରେ ମାଗଣା ସ୍ବାସ୍ଥ୍ୟ ଏବଂ ଚକ୍ଷୁ ପରୀକ୍ଷା ଶିବିର। ସହିଦ୍ ଭଗତ ସିଂ ଙ୍କ ଜୟନ୍ତୀ ଉପଲକ୍ଷେ ବନ୍ଦେ ଉତ୍କଳ ସମାଜ ଟ୍ରଷ୍ଟ ପକ୍ଷରୁ ପାଣିଗ୍ରାହୀ ପେଣ୍ଠ ସାହିରେ ଟ୍ରଷ୍ଟ ସଭାପତି ସଞ୍ଜୟ ଦାସଙ୍କ ନେତୃତ୍ଵରେ ଏକ ମାଗଣା ସ୍ବାସ୍ଥ୍ୟ ଏବଂ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଉପସ୍ଥିତ ଶିବିରରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ବିଧାୟକ ଅନିଲ କୁମାର ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ରୂପେ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ ସମାଜସେବୀ କାଳିଆ ସାହୁ , ଆଦିତ୍ୟ ନାରାୟଣ ରଥ ଓ ଉଷା ରାଣୀ ମହାପାତ୍ର ଯୋଗ ଦେଇ ସଭାରେ ମଞ୍ଚାସିନ ଥିଲେ। ଆୟଯୋକ ମାନକ ପକ୍ଷରୁ ଉପସ୍ଥିତ ସମସ୍ତ ଅତିଥିକୁ ଊତ୍ତରୀୟ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ସହିଦ୍ ଭଗତ ସିଂ ଙ୍କ ଜୟନ୍ତୀ ଅବସରରେ ତାଙ୍କ ସ୍ମୃତିରେ ଏହି ଭଳି ଏକ ମହତ୍ କାର୍ଯ୍ୟକ୍ରମ ଗରୀବ ଲୋକଙ୍କ ନିମନ୍ତେ ଆୟୋଜନ କରାଯାଇଥିବାରୁ ବନ୍ଦେ ଉତ୍କଳ ସମାଜ ଟ୍ରଷ୍ଟର ଏଭଳି କାର୍ଯ୍ୟକ୍ରମ ପ୍ରଶଂସନୀୟ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ। ଏହି ଶିବିରରେ ଅଭିଜ୍ଞ ଡକ୍ଟରଙ୍କ ଦ୍ଵାରା ସ୍ବାସ୍ଥ୍ୟ ପରୀକ୍ଷା ସହ ମାଗଣା ଔଷଧ ବଣ୍ଟନ କରାଯାଇଥିଲା। ଏହି ଶିବିରରେ ଏଲ ଭି ପ୍ରସାଦ ଚକ୍ଷୁ ହସ୍ପିଟାଲ ପକ୍ଷରୁ ଚକ୍ଷୁ ପରୀକ୍ଷା କରାଯିବା ବନ୍ଦୋବସ୍ତ କରାଯାଇଥିଲା। ଏହି ଶିବିରରେ ଆଖ ପାଖ ଅଂଚଳର ବହୁ ରୋଗୀ ଯୋଗ ଦେଇ ଏହି ମାଗଣା ସ୍ବାସ୍ଥ୍ୟ ଶିବିରରେ ଚିକିତ୍ସିତ ହେବା ସହ ମାଗଣା ଔଷଧ ପାଇ ଖୁସି ବ୍ୟକ୍ତ କରିଥିଲେ। ସେହିଭଳି ଅଞ୍ଚଳର ଅନେକ ଜନସାଧାରଣ ଯୋଗ ଦେଇ ଆୟୋଜକଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିରକୁ ଏମ୍ ଲାବଣ୍ୟ ପାତ୍ର, ଗଗନ ପାତ୍ର, ସନ୍ତୋଷ ମହାନ୍ତି, ସ୍ବାଗତ ତ୍ରିପାଠୀ ଓ ଜିତୁ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ।ସଞ୍ଜୀବ କୁମାର ପଟ୍ଟନାୟକ, ସଭାପତି, ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି, ବ୍ରହ୍ମପୁର।

Leave a Reply

Your email address will not be published. Required fields are marked *