ଏପ୍ରିଲ ୩୦ ତାରିଖ ଠାରୁ ଜିରିଂପଡା ଲକ୍ଷ୍ମୀନୃସିଂହନାଥ ଠାକୁରଙ୍କ ଜନ୍ମଉତ୍ସବ ବା ଚନ୍ଦନ ଯାତ୍ରା ।
କନ୍ଧମାଳ, ବହୁ ଚର୍ଚ୍ଚିତ ଫୁଲବାଣୀ ସହର ଉପକଣ୍ଠ ଜିରିଂପଡା ଲକ୍ଷ୍ମୀନୃସିଂହନାଥ ଠାକୁରଙ୍କ ଜନ୍ମ ଉତ୍ସବ ବା ଚନ୍ଦନ ଯାତ୍ରା । ଏହି ଯାତ୍ରା ପ୍ରତି ବର୍ଷ ଜିରିଂପଡ। ଗ୍ରାମରେ ବହୁ ଆଡ଼ମ୍ବରରେ ପାଳନ କରାଯାଇଥାଏ । ଚଳିତବର୍ଷ ଏହି ଯାତ୍ରା ତା୩୦/୦୪/୨୦୨୬ ରିଖ ଠାରୁ ଆରମ୍ଭ ହୋଇ ତା୧୪/୦୫/୨୦୨୬ ଯାଏଁ ଅନୁଷ୍ଠିତ ହେଵାର ଆଲୋଚନା ହେଉଅଛି । ବହୁ ଚର୍ଚ୍ଚିତ ଲକ୍ଷ୍ମୀ ନୃସିଂହଠାକୁରଙ୍କ ଚନ୍ଦନଯାତ୍ରା ବା ଜନ୍ମଉତ୍ସବ କନ୍ଧମାଳ ଜିଲ୍ଲା ଫୁଲବାଣୀର ଏକ ଅନ୍ୟତମ ଯାତ୍ରା ଅଟେ । ଏହି ଯାତ୍ରା ୧୯୯୯ ମସିହାଠାରୁ ଆରମ୍ଭ ହୋଇ ଦୀର୍ଘ ୨୭ ବର୍ଷରେ ପଦାର୍ପଣ କରୁଅଛି । ଚଳିତ ବର୍ଷ ଏହି ଯାତ୍ରା ଗ୍ରାମର ଗ୍ରାମ କମିଟି ଦ୍ଵାରା ପରିଚାଳିନା କରିବା ପାଇଁ ଯାତ୍ରା ବୈଠକରେ ସ୍ଥିର କରାଯାଇଥିଲା ।ସଭାପତି ଶ୍ରୀ ସୁଜିତ୍ ବେହେରା କହିବାନୁଯାୟୀ ଏହି ଯାତ୍ରା କନ୍ଧମାଳ ଜିଲ୍ଲା ଓ ଜିଲ୍ଲା ବାହାରେ ମଧ୍ୟ ଏହି ଯାତ୍ରାର ଚାହିଦା ରହିଅଛି ।କାରଣ ଏହି ଯାତ୍ରାକୁ ଓଡ଼ିଶାର ସମସ୍ତ ଜିଲ୍ଲାର ବଛା ବଛା କଳାକାର ମାନେ ଆସି ବିଭିନ୍ନ ପ୍ରକାର ସଂସ୍କୃତିକୁ କାର୍ଯ୍ୟକ୍ରମ ଯଥା- ମେଲୋଡି, ଡ୍ୟ।ନ୍ସ ଗ୍ରୁପ୍, ସାମାଜିକ ନାଟକ ,ପୌରାଣିକ ନାଟକ, ଲୋକଗୀତ, ଲୋକନାଟକ, ବିଭିନ୍ନ ପ୍ରକାର ସଂସ୍କୃତିକ କାର୍ଯ୍ୟକ୍ରମ ଏହି ଯାତ୍ରା ରେ ପରିଚାଳିତ ହୋଇଥାଏ । ଯେଁଉ କଳାକାର ମାନେ ଓଡ଼ିଶାରସବୁ କଣ ଅନୁକଣରୁ ଆସିଥାନ୍ତି । ଯାହା ଦ୍ଵାରା ଯାତ୍ରାର ପ୍ରବାହ ସାରା ଓଡ଼ିଶାରେ ପଡ଼ିଥାଏ । ଏହି ଯାତ୍ରାକୁ ପୋଲିସ ବାହିନୀ, ଜିଲ୍ଲା ପ୍ରଶାସନ , ସାଧାରଣ ଲୋକେ , ବୁଦ୍ଧିଜିବୀ , ବରିଷ୍ଟନାଗରିକ ଆଇନଜୀବୀ, ସମସ୍ତେ ଶାନ୍ତି ଶୃଙ୍ଖଳାରେ କରିବାରେ ସହଯୋଜ କରିଥାନ୍ତି ।
