ଦିଅ ହେ ଫେରାଇ
ଶୀର୍ଷକ :-
ଦିଅ ହେ ଫେରାଇ
ଶାଶ୍ୱତ ଧନ ମୋହର ଦିଅ ହେ ଫେରାଇ,
ଏତେ ଦିନ ହେଲା ତାହା ରଖିଛ କିମ୍ପାଇଁ?,
ଜନମ ପୂର୍ବରୁ ତୁମ୍ଭେ ଦେଇଥିଲ ମୋତେ,
ଦିବ୍ୟ ସମ୍ପତ୍ତି ଲୁଚାଇ ଅଛ କି ନିମନ୍ତେ,,
ବେଳେ ବେଳେ ହୁଏ ମୋର ନୟନ ଗୋଚର,
ସେହି ସମ୍ପତ୍ତିରେ ମୋର ପୂର୍ଣ୍ଣ ଅଧିକାର,,
ଅମୃତର ସନ୍ତାନ ମୁଁ ଅଟେ ତୁମ୍ଭ ଅଂଶ,
ତୁମ୍ଭେ ମୋର ଗତି ମୁକ୍ତି ଶାଶ୍ୱତ ନିବାସ,,
ତୁମ୍ଭ ବ୍ୟତିରେକେ ମୁହିଁ କାହାକୁ ନ ଜାଣେ,
ଅଦୃଶ୍ୟ ଜୀବନୀ ଶକ୍ତି ଦେହ ମନ ପ୍ରାଣେ,,
ନୀଳ ଜ୍ୟୋତିର୍ମୟରୂପେ ଧ୍ୟାନ ନେତ୍ରେ ଦିଶ,
ତୁମ୍ଭେ ହିଁ ମୋର ସର୍ବସ୍ବ ନିଃଶ୍ୱାସ ପ୍ରଶ୍ୱାସ,,
ଅଜ୍ଞାନାବରଣ ତଳେ ରହି ଅଛ ଲୁଚି,
ଦୟା କରି ମହାପ୍ରଭୁ ଦିଅ ଏବେ ସୂଚୀ,
ପ୍ରଣତଜନ ପାଳକ ତୁମ୍ଭ ଦିବ୍ୟ ନାମ,
ଘୋଷୁ ଥାଉ ନିରନ୍ତର ମୋହର ବଦନ,
(ପରମଜ୍ୟୋତି ଚିନ୍ତନ )
ପ୍ରଭାତ ରଞ୍ଜନ ମହାପାତ୍ର,
ଚୈତନ୍ୟ ବିହାର, ପୁରୀ ଧାମ,
୧୩-୦୭-୨୦୨୬
(୯୪୩୭୫୫୭୨୦୫)
