ଶ୍ରୀମନ୍ଦିର
ଶ୍ରୀମନ୍ଦିର ———
ଶ୍ରୀମନ୍ଦିର ଦିଶେ କେଡେ ସୁନ୍ଦର,
ତା ମଧ୍ୟେ ଅଛନ୍ତି ନୀଳସୁନ୍ଦର,,
ନୀଳାମ୍ବରାନୁଜ ଶ୍ରୀଜଗନ୍ନାଥ,
ଚତୁର୍ଦ୍ଧା ମୂରତି ରୂପେ ପୂଜିତ,,
ଦାରୁବ୍ରହ୍ମ ବୋଲି ତାଙ୍କୁ କହନ୍ତି,
ଭାବଗ୍ରାହୀ ପ୍ରଭୁ ଜଗତ ପତି,,
ମଉନ ଭାବରେ କହନ୍ତି କଥା,
ହରି ନିଅନ୍ତି ସେ ମନର ବ୍ୟଥା,,
ସବୁ ଠାରେ ରହି ଅଛନ୍ତି ପୁରୀ,
ଏଣୁ ତାଙ୍କ ଧାମ ନାମଟି ପୁରୀ,,
ପରମ ଦୟାଳୁ ସହଜାନନ୍ଦ,
ନନ୍ଦ ନନ୍ଦନ ସେ ନାମ ଗୋବିନ୍ଦ,,
ଏକ ମାତ୍ର ଗତିମୁକ୍ତି ଦାୟକ,
ବାଳମୁକୁନ୍ଦ ସେ ଭକ୍ତ ପାଳକ,,
ଵାସସ୍ଥାନ ଭକ୍ତହୃଦକନ୍ଦର,
ଭାବକୁ ନିକଟ ଅଭାବେ ଦୂର,,
(ନୀଳାଚଳନାଥ ଚିନ୍ତନ,)
ପ୍ରଭାତ ରଞ୍ଜନ ମହାପାତ୍ର, ପୁରୀ ଧାମ,
9437559205,ଓଁ
