ବଡ଼ଦାଣ୍ଡେ ବଡ଼ଠାକୁର”

“ବଡ଼ଦାଣ୍ଡେ ବଡ଼ଠାକୁର”

ରଜନୀକାନ୍ତ ରଥ, ରାଜନଗର

ଆହେ ପ୍ରଭୁ ବଡ଼ଠାକୁର
ତୁମ୍ଭ ଲୀଳା ଅଟେ ବହୁପ୍ରକର
ସ୍ନାନ ଯାତ୍ରା ଠାରୁ ଚାଲିଛି ତୁମ୍ଭର
ନୀତି ଅପlର।
ସ୍ନାନ ବେଦୀ ପରେ ଗଜ ବେଶେ
ଦେଖି ଭକ୍ତ ବିଭୋର।
ଅନବସର ରେ ଭିଆଇଲ ତୁମ୍ଭେ ଲୀଳା ଅପlର।
ନେତ୍ରୋତ୍ସବ ପରେ ଉଭାଯାତ
ତୁମ୍ଭ ଅଟେ ସୁନ୍ଦର।
ସିଂହଦ୍ଵାର ପାଶେ ଉଭା ତିନି ରଥ
ବିଜେ ହେବେ ମୋ ତିନି ଠାକୁର
ରତ୍ନ ସିଂହାସନୁ ଓହ୍ଲାଇ ଆସିବେ
ପ୍ରଭୁ ମୋହର।
ପହଣ୍ଡି ବିଜେ ରେ ଟାହିଆ ହଲାଇ
ଆସିବେ ମୋ କଳାଠାକୁର।
ବଡ଼ଭାଇ ଆଉ ସୁଭଦ୍ରା ଭଉଣୀ
ଉଭା ହୋଇଲେଣି ରଥ ଉପରେ।
ପତିତ ଜନକୁ ଉଦ୍ଧାରିବା ପାଇଁ
ରଥେ ବିଜେ ତୁମ୍ଭେ ବଡ଼ ଠାକୁର।
କିଦେଇ ପୂଜିବି ତୁମ କୁ ହେ ପ୍ରଭୁ
ତୁମେ ଅଟ ମୋର ନେତ୍ରର ମଣି।
ବଡଦାଣ୍ଡେ ଡାକେ ଭକତ ତୁମକୁ
ପାଇବାକୁ ତୁମ ଶୁଭ ଆଶିଷ ।
ବ୍ରହ୍ମାଣ୍ଡର ନାଥ ଆହେ ଜଗନ୍ନାଥ
ଗଡେ ତୁମ ରଥ ବଡ଼ଦାଣ୍ଡରେ।
ଡାକୁଛି ଡାହୁକ ତମକୁ ହେ ପ୍ରଭୁ
ଗଡି ଗଡି ଯିବ ମାଉସୀ ଘରେ।
ଉଚ୍ଛୁଳି ଉଠୁଛି ବଡ଼ଦାଣ୍ଡ ଆଜି
ଘଣ୍ଟ ଘଣ୍ଟା ହରିବୋଲ ଧ୍ୱନୀରେ।
ବଡ଼ଦାଣ୍ଡ ଆଜି ଉଠୁଛି ପଡୁଛି
ଖୋଳ କରତାଳ ହୁଳ ହୁଳି ରେ ।
ନର୍ତ୍ତକୀ ନାଚନ୍ତି ତୋ ବଡ଼ଦାଣ୍ଡରେ
ଜଣାଇ ନିଜର ମନର କଥା।
ହାତ ଟେକି ଆଜି ଡକାଇ ଭକତ
କୃପା କର ଆଜି ଏ ଦୀନ ଜନେ।
ଜଗତର ନାଥ ଆହେ ଦୟାମୟ
ତୋର ଦୟା ରହୁ ଭକତ ଠରେ।।

Leave a Reply

Your email address will not be published. Required fields are marked *