କର୍କଟ ପୀଡିତ ଶିଶୁ କୁ ସହାୟତା ପ୍ରଦାନ କଲେ ଗୋପବନ୍ଧୁ ସେବା ସମିତି.

କର୍କଟ ପୀଡିତ ଶିଶୁ କୁ ସହାୟତା ପ୍ରଦାନ କଲେ ଗୋପବନ୍ଧୁ ସେବା ସମିତି. ଚିକିଟି ( )04.5.ସୋମବାର ଦିନ ରଙ୍ଗେଈଲୁଣ୍ଡା ବ୍ଲକ ଅଧିନସ୍ଥ ଇନ୍ଦ୍ରାକ୍ଷୀ ଗ୍ରାମର ସୁଦାମ ବେହେରାଙ୍କ ପୁଅ ରୁଦ୍ର ବେହେରା ବୟସ ଚାରି ବର୍ଷ,ରକ୍ତ କର୍କଟ ରୋଗରେ ପୀଡିତ ଥିବା ଖବର ପାଇ ଗୋପବନ୍ଧୁ ସେବା ସମିତି ର ସଭାପତି ଦେବେନ୍ଦ୍ର ରଣା ଙ୍କ ନେତୃତ୍ୱ ରେ ଶ୍ରୀ ବେହେରାଙ୍କୁ ସାକ୍ଷାତ କରି ପିଲାଟିର ଶୀଘ୍ର ଆରୋଗ୍ୟ କାମନା କରିବା ସହିତ ଦଶ ହଜାର ଟଙ୍କା ପ୍ରଦାନ କଲେ. ସମିତି ସହ -ସମ୍ପାଦକ ଶ୍ରୀ ଶଙ୍କର ରାଓ, ସନ୍ତୋଷ ରେଡ୍ଡୀ,ମନୋଜ ମହାରଣା, ଗୌତମ ରଣା,ହେମନ୍ତ ସାହୁ, ଆର ସୁରେଶ, ପୁରୁଷୋତ୍ତମ ସାର ପ୍ରମୁଖ ସଦସ୍ୟ ସହଯୋଗ କରିଥିଲେ.

Leave a Reply

Your email address will not be published. Required fields are marked *