ପଶ୍ଚିମବଙ୍ଗରେ ବିଜେପିର ପ୍ରଥମ ବିଜୟ ।

କାକଟପୁର–ଅସ୍ତରଙ୍ଗରେ ଉତ୍ସବର ମାହୋଲ । ପଶ୍ଚିମବଙ୍ଗରେ ବିଜେପିର ବଡ଼ ବିଜୟ ପରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଖୁସିର ମାହୋଲ ଦେଖାଯାଇଛି । ପୁରୀ ଜିଲ୍ଲାର କାକଟପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅସ୍ତରଙ୍ଗ ଓ କାକଟପୁର ବ୍ଲକରେ ବିଜେପି ଦଳର ନେତା ଓ କର୍ମୀମାନେ ବିଜୟ ଉତ୍ସବ ପାଳନ କରିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା | ଦଳୀୟ କର୍ମୀମାନେ ବାଣ ଫୁଟାଇ, ଢୋଲ ବଜାଇ ଓ ଖୁସିରେ ଝାଲ ମୁଢ଼ି ଖାଇ ବିଜୟ ଉତ୍ସବକୁ ପାଳନ କରିଛନ୍ତି । ଅଞ୍ଚଳରେ ଉତ୍ସବମୟ ପରିବେଶ ସୃଷ୍ଟି ହୋଇଥିଲା ଏବଂ କର୍ମୀମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଦେଖାଯାଇଥିଲା ।ସ୍ଥାନୀୟ ଲୋକମାନେ ମଧ୍ୟ ଏହି ଉତ୍ସବରେ ସାମିଲ ହୋଇ ଖୁସି ପ୍ରକାଶ କରିଥିବା ବେଳେ, ବିଭିନ୍ନ ସ୍ଥାନରେ ଢୋଲ ନାଗାଡ଼ା ବାଣ ଶବ୍ଦ ଓ ନାଚ ଗୀତର ଦୃଶ୍ୟ ଦେଖାଯାଇଥିଲା ।ସାରା ଅଞ୍ଚଳରେ ଏହି ବିଜୟ ଉତ୍ସବ ନେଇ ଉତ୍ସାହ ଓ ଉଲ୍ଲାସ ଜାରି ରହିଛି ।

Leave a Reply

Your email address will not be published. Required fields are marked *