ପୁରୀ ପୋଲିସର ଅମାନିଆ ଅଟୋ ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଗତ ଦୁଇଦିନ ମଧ୍ୟରେ ୩୬ ଅମାନିଆ ଅଟୋ ବିରୋଧରେ ପୋଲିସ ଦ୍ୱାରା କାର୍ଯ୍ୟାନୁଷ୍ଠାନ*ପୁରୀ ସହରରେ ଯାତାୟାତ ବ୍ୟବସ୍ଥାକୁ ସୁସ୍ଥିର, ସୁରକ୍ଷିତ ଏବଂ ଶୃଙ୍ଖଳିତ କରିବା ପାଇଁ ପୁରୀ ସହର ପୋଲିସ ଦ୍ୱାରା ନିରନ୍ତର ଭାବେ ବିଶେଷ ଅଭିଯାନ ଚାଲୁ ରହିଛି। ସହରରେ ଅବୈଧ କାର୍ଯ୍ୟକଳାପ, ଯାତାୟାତ ନିୟମ ଉଲ୍ଲଂଘନ ଏବଂ ସାଧାରଣ ଶାନ୍ତି ଭଙ୍ଗ କରୁଥିବା ଅସାମାଜିକ କାର୍ଯ୍ୟ ପ୍ରତି କଠୋର ଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଗତକାଲି ପୁରୀ ସିଟି ସବ୍‌ ଡିଭିଜନ୍ ଅଞ୍ଚଳରେ ଚାଲିଥିବା ବିଶେଷ ଯାଞ୍ଚ ଓ ଏନଫୋର୍ସମେଣ୍ଟ ଅଭିଯାନ ସମୟରେ ଅବୈଧ ପାର୍କିଂ, ଲାଇସେନ୍ସ ନଥିବା ଏବଂ ଯଥାପ୍ରକାର ଡକ୍ୟୁମେଣ୍ଟ ନଥିବା ମୋଟ 17ଟି ଅମାନିଆ ଅଟୋ ବିରୋଧରେ ଆଇନୁନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହା ସହିତ, ଗତ ଦୁଇ ଦିନ ମଧ୍ୟରେ ମୋଟ 36ଟି ଅଟୋ ବିରୋଧରେ ବିଭିନ୍ନ ଯାତାୟାତ ନିୟମ ଉଲ୍ଲଂଘନ ମାମଲାରେ କାର୍ଯ୍ୟାନୁଷ୍ଠାନ ହୋଇଛି। ସାଧାରଣ ଲୋକଙ୍କ ସୁରକ୍ଷା ଓ ସାମାଜିକ ଶୃଙ୍ଖଳା ରକ୍ଷା ପାଇଁ ସାର୍ବଜନିକ ସ୍ଥାନରେ ମଦ୍ୟପାନ ବିରୋଧରେ ମଧ୍ୟ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି। ସାର୍ବଜନିକ ସ୍ଥାନରେ ମଦ୍ୟପାନ କରୁଥିବା 43ଜଣ ବ୍ୟକ୍ତି ବିରୋଧରେ ପିଆର୍ (PR) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହାଛଡ଼ା ମଦ୍ୟପାନ କରି ଗାଡ଼ି ଚାଳନା (Drunken Driving) ଉପରେ ବିଶେଷ ଧ୍ୟାନ ଦିଆଯାଇ 17ଟି ଯାନବାହନ ଏବଂ ସମ୍ବନ୍ଧିତ ଚାଳକମାନଙ୍କ ବିରୋଧରେ ଆଇନୁନୁସାରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ସହିତ ସେହି ଯାନବାହନଗୁଡ଼ିକୁ ଜବତ କରାଯାଇଛି। ପୁରୀ ସହର ପୋଲିସ ଦ୍ୱାରା 01.01.2026 ରୁ 30.04.2026 ପର୍ଯ୍ୟନ୍ତ ସମୟସୀମାରେ ଯାତାୟାତ ନିୟମ ପାଳନକୁ କଠୋର କରିବା ପାଇଁ ଚାଲିଥିବା ଅଭିଯାନରେ ଟ୍ରାଫିକ ଥାନା କେବଳ ଅଟୋ ରିକ୍ଶା ସମ୍ବନ୍ଧୀୟ 55ଟି ଡ୍ରଙ୍କେନ୍ ଡ୍ରାଇଭ୍ କେସ୍ ରୁଜୁ କରାଯାଇଛି। ବିଭିନ୍ନ ଯାତାୟାତ ନିୟମ ଉଲ୍ଲଂଘନ ମାମଲାରେ ମୋଟ ରୁ. 25,00,500/- (ପଚିଶ ଲକ୍ଷ ପାଞ୍ଚ ଶହ ଟଙ୍କା) ଜରିମାନା ଆଦାୟ କରାଯାଇଛି। ପୁରୀ ସହର ପୋଲିସ ପକ୍ଷରୁ ସାଧାରଣ ଲୋକଙ୍କୁ ଅନୁରୋଧ—ଯାତାୟାତ ନିୟମ ମାନନ୍ତୁଆବଶ୍ୟକ ଡକ୍ୟୁମେଣ୍ଟ ସହିତ ଯାନ ଚାଳନା କରନ୍ତୁମଦ୍ୟପାନ କରି ଗାଡ଼ି ଚାଳନା କରନ୍ତୁ ନାହିଁ ସାର୍ବଜନିକ ସ୍ଥାନରେ ଶାନ୍ତି ଓ ଶୃଙ୍ଖଳା ରକ୍ଷା କରନ୍ତୁସମସ୍ତଙ୍କ ସହଯୋଗ ଦ୍ୱାରା ପୁରୀ ସହରକୁ ଏକ ସୁରକ୍ଷିତ, ଶୃଙ୍ଖଳିତ ଏବଂ ସ୍ୱଚ୍ଛ ସହର ରୂପେ ଗଢ଼ି ତୋଳିବା ସମ୍ଭବ। ପୁରୀ ସହର ପୋଲିସ ଆଗାମୀ ଦିନରେ ମଧ୍ୟ ଏପରି ଅଭିଯାନ ଜାରି ରଖିବ ଏବଂ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ଭାବରେ କାର୍ଯ୍ୟାନୁଷ୍ଠାନ ନେବ।

Leave a Reply

Your email address will not be published. Required fields are marked *