ସରକାରୀ ଓକିଲ ଓ ପୋଲିସ ଙ୍କୁ ସନ୍ନମାନୀତି କଲେ ପୋଲିସ ମହାନିର୍ଦେଶକ
ସରକାରୀ ଓକିଲ ଓ ପୋଲିସ ଙ୍କୁ ସନ୍ନମାନୀତି କଲେ ପୋଲିସ ମହାନିର୍ଦେଶକ।ବ୍ରହ୍ମପୁର ୧୮/୪(ନିଗମାନନ୍ଦ ପଣ୍ଡା ):ସମାଜରେ ତ୍ୱରାନ୍ୱିତ ନ୍ୟାୟ ପ୍ରଦାନ ପାଇଁ ପୋଲିସ ଓ ସରକାରୀ ଓକିଲ ମାନଙ୍କ ମିଳିତ ଭାବେ ମକଦ୍ଦମା ପରିଚାଳନାକୁ ପ୍ରୋତ୍ସାହିତ କରିବା ସହିତ ମାନ୍ୟବର ପୋଲିସ ମହାନିର୍ଦ୍ଦେଶକ ଶ୍ରୀଯୁକ୍ତ ଯୋଗେଶ ବାହାଦୁର ଖୁରାନିଆ କମ୍ ଦିନରେ ମକଦ୍ଦମା ଫଇସାଲା କରିବାରେ ସହଯୋଗ କରିଥିବା ଆରକ୍ଷୀ ଅଧିକ୍ଷକ, ସରକାରୀ ଓକିଲ, ତଦନ୍ତକାରୀ ନିରିକ୍ଷକ ଓ ତଦନ୍ତକାରୀ ଅଧିକାରୀ ମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଡେଙ୍ଗାଡି ଗ୍ରାମରେ ୨୫.୦୪.୨୦୨୫ ତାରିଖରେ ଘଟିଥିବା ଦୂସ୍କର୍ମ ଓ ହତ୍ୟା ମାମଲାର ୧୨୦ ଦିନରେ ମକଦ୍ଦମା ପରିଚାଳନା କରିବାରେ ସହଯୋଗ କରି ବିଚାରାଳୟ ଦ୍ୱାରା ଆଜିବନ କାରାଦଣ୍ଡରେ ଦଣ୍ଡିତ କରାଇଥିବା ଗଞାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ପାଟପୁର ଥାନା ଅଧିକାରୀ ଓ ସରକାରୀ ଓକିଲ ଶ୍ରୀ ନାରାୟଣ ପଣ୍ଡାଙ୍କୁ ମାନପତ୍ର ଦେଇ ପ୍ରୋତ୍ସାହିତ କରିଛନ୍ତି।ଏହିପରି କାର୍ଯ୍ୟ କୁ କମ୍ ସମୟରେ ନ୍ୟାୟ କରି ସନ୍ନମାନୀତ ହୋଇଥିବାରୁ ସରକାରୀ ଓକିଲ ଓ ବିଭିନ୍ନ ଥାନା ପୋଲିସ ଅଧିକରୀ ଙ୍କୁ ବିଭିନ୍ନ ମହଲ ରୁ ପ୍ରଶଂସା ର ସୁଅ ଛୁଟୁଛି ।
