ସରକାରୀ ପାଣି ଟାଙ୍କି ପରିସରେ ବୁଲା ଗୋରୁ ଗାଇଙ୍କୁ ତାଲା ପକାଇବା କୁ ନେଇ ଅସନ୍ତୋଷ
ସରକାରୀ ପାଣି ଟାଙ୍କି ପରିସରେ ବୁଲା ଗୋରୁ ଗାଇଙ୍କୁ ତାଲା ପକାଇବା କୁ ନେଇ ଅସନ୍ତୋଷ।
ଗୋପ -ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ଓଗାଳପୁର ଗ୍ରାମରୁ ଆସିଛି ଏକ ଅଜବ ଖବର। ସରକାରୀ ପାଣି ଟାଙ୍କି ପରିସର ଭିତରେ ବୁଲା ଷଣ୍ଢ ଓ ଗୋରୁ ଗାଈଙ୍କୁ ତାଲା ପକାଇ ରଖିବା ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ସୂଚନା ଅନୁସାରେ, କିଛି ଅସାମାଜିକ ବ୍ୟକ୍ତି ରାତି ଅନ୍ଧାରରେ ବୁଲା ଗୋରୁ ଗାଈଙ୍କୁ ଧରି ଗ୍ରାମର ସରକାରୀ ପାଣି ଟାଙ୍କି ଘର ଭିତରେ ପୂରାଇ ତାଲା ମାରି ଦେଇଥିଲେ। ଏହି ଖବର ପ୍ରସାରିତ ହେବା ପରେ ବିଳମ୍ବିତ ରାତିରେ ଗୋପ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗେଟ୍ର ତାଲା ଖୋଲି ଗୋରୁ ମାନଙ୍କୁ ସୁରକ୍ଷିତ ଉଦ୍ଧାର କରିଛି।

ତେବେ ସୁରକ୍ଷିତ ସରକାରୀ ପାଣି ଟାଙ୍କି ଭିତରେ ଗୋରୁ ଗାଈଙ୍କୁ ବନ୍ଦ କରି ରଖିବା ପଛର ପ୍ରକୃତ କାରଣ କ’ଣ, ତାହାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣାରେ ପୋଲିସ ପାଣି ଟାଙ୍କି ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ପଚରାଉଚରା ଜାରି ରଖିଛି। ସରକାରୀ ସମ୍ପତ୍ତିର ସୁରକ୍ଷା ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପରେ ଭିତରେ କଣ ପାଇଁ ଗୋରୁ ଗାଈଙ୍କୁ ବନ୍ଦ ରଖାଯାଇଥିଲା ସ୍ଥାନୀୟ ଅଞ୍ଚଳରେ ସାଧାରଣରେ ତୀବ୍ର ଚର୍ଚ୍ଚା ଚାଲିଛି।
