ରାଷ୍ଟ୍ରୀୟମର୍ଯ୍ୟଦା ସହ ବୟୁସେନା ଯବାନଙ୍କ ଗାଁ ଷ୍ମସାନରେ ଶେଷକୃତ୍ୟ ସମ୍ପନ୍ନ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅଁଳାବେରେଣୀ ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷ ହେଲା ବାୟୁସେନା ଜବାନଙ୍କ ଶେଷକୃତ୍ୟ। ବୀର ଜବାନ ଜଣଙ୍କ ଅଁଳାବେରେଣୀ ଗାଁର ସୁରଜ କୁମାର ହୋତା। ସେ ୨୦୧୪ ରେ ବାୟୁସେନାର ଯୋଗ ଦେଇଥିଲେ। ସୁରଜ ବାୟୁସେନାରେ କାର୍ଯ୍ୟରତ ଥିବା ବେଳେ ବ୍ରେନ ଟ୍ୟୁମର ସହିତ ପକ୍ଷଘାତ ରୋଗରେ ପୀଡିତ ହୋଇଥିଲେ। ତାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା। ତେବେ ଗତ ୨୭ ତାରିଖ ଦିନ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତ ଦେହକୁ ବାୟୁସେନାର ଏକ ସ୍ୱତନ୍ତ୍ର ପ୍ଲେନ ଯୋଗେ ଭୁବନେଶ୍ୱର ଅଣାଯାଇଥିଲା। ସେଠାରୁ ଏକ ସ୍ବତନ୍ତ୍ର ଗାଡିଯୋଗେ ଆଜି ସକାଳୁ ତାଙ୍କ ମରଶରୀର ଗ୍ରାମରେ ପହଞ୍ଚିଥିଲା। ଗାଁରେ ଶୋକାକୁଳ ପରିସ୍ଥିତିରେ ଆତ୍ମୀୟ ସୃଜନ ଏବଂ ପ୍ରିୟଜନ ସାଙ୍ଗସାଥି ମାନେ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପାନ କରିଥିଲେ ।

ଏବଂ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ମଧ୍ୟ ପହଞ୍ଚି ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପରିବାରଙ୍କୁ ସମବେଦନା ଯଣାଇଥିଲେ। ତାଙ୍କ ମରଶରୀରକୁ ଏକ ବିଶାଳ ଶୋଭାଯାତ୍ରାରେ ଗାଁ ପରିକ୍ରମା କରାଯାଇ ଗାଁ ଶ୍ମଶାନରେ ରାଷ୍ଟ୍ରୟୀ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।ଏବେ ସୁରଜଙ୍କୁ ଝୁରୁଛି ସମ୍ପୂର୍ଣ୍ଣ ଗାଁ ମାଟି ଏବଂ ପ୍ରିୟଜନ।

Leave a Reply

Your email address will not be published. Required fields are marked *