ଆସ୍କାୟାର ହସ୍ପିଟାଲ ପକ୍ଷରୁ ସେବାୟତଙ୍କ ପାଇଁ ସ୍ଵାସ୍ଥ୍ୟ ଶିବିର
ଭୁବନେଶ୍ଵର ଆସ୍କାୟାରଚାରିଟେବୁଲ ଟ୍ରଷ୍ଟ, ଆସ୍ପାୟାର ମଲ୍ଟି ସ୍ପେଶିଆଲିଟିହସ୍ପିଟାଲ, ଭୁବନେଶ୍ଵର ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନର ସହଯୋଗରେ ପୁରୀ ଠାରେ ଏକ ବିଶାଳସ୍ଵାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା ।୩୧ତାରିଖ ଦିନ ଆୟୋଜିତ ଏହି ସ୍ଵାସ୍ଥ୍ୟ ଶିବିରରେ ଶ୍ରୀମନ୍ଦିର ସେବାୟତ, କର୍ମଚାରୀ ଓ ସେମାନଙ୍କର ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହିତ ମାଗଣା ଔଷଧ ଦିଆଯାଇଥିଲା । ଏହି ସ୍ଵାସ୍ଥ୍ୟଶିବିରରେ ହସ୍ପିଟାଲର ଅଭିଜ୍ଞ ଡାକ୍ତରମାନେ ଶତାଧ୍ଵକ ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏଥିପାଇଁ ଓଡ଼ିଶା ଏବଂ ଓଡ଼ିଶା ବାହାରେ ମଧ୍ୟ ଅନେକ ଡାକ୍ତର ଯୋଗଦାନ କରିଥିଲେ ।

ସେମାନେ ବିଭିନ୍ନ ରୋଗର କାରଣ, ଲକ୍ଷଣ ଓ ପ୍ରତିକାର ସଂପର୍କରେ କହିଥିଲେ ।ଆସ୍କାୟାର ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲ ପକ୍ଷରୁ ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହିଭଳି ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯିବ | ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର ଲୋକଙ୍କର ସ୍ଵାସ୍ଥ୍ୟ ପରୀକ୍ଷା କରାଯିବା ସହିତ ସେମାନେ କିଭଳି ଏକ ସୁସ୍ଥ ଓ ନିରୋଗ ଜୀବନ ଅତିବାହିତ କରିପାରିବେ ସେ ସଂପର୍କରେ ଜନସେଚତନତା ସୃଷ୍ଟି କରାଯିବ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
