ସନ୍ଥିଆ ହେରା ପଞ୍ଚମୀ ର ମହାତ୍ମା
ଭଦ୍ରକ ରେ ହେରା ପଞ୍ଚମୀ ଏକ ପ୍ରସିଦ୍ଧ ପର୍ବ ଆଷାଢ ଶୁକ୍ଳ ଦ୍ଵିତୀୟା ତିଥି ରେ ଯେଉଁ ଶ୍ରୀ ଗୁଣ୍ଡିଚା ରଥଯାତ୍ରା ଅନୁଷ୍ଠିତ ହୁଏ। ଠିକ ତାହାର ଦୁଇ ଦିନ ପରେ ଏହି ହେରାପଞମୀ ପର୍ବ ସନ୍ଥିଆ ସ୍ଥିତ ଶ୍ରୀ ଶ୍ରୀ ରାଧା ମଦନ ମୋହନ ମନ୍ଦିର ରେ ବିପୁଳ ସମାବେଶ ରେ ପାଳିତ ହୋଇଯାଇଛି।

ନାମ କୀର୍ତ୍ତନ, ପ୍ରବଚନ, ଧର୍ମ ସଭା ଓ ପ୍ରସାଦ ସେବନ ରେ ଏହି ସ୍ଥାନ ଟି ଶ୍ରଦ୍ଧାଳୁଙ୍କ ଗହଳୀ ରେ ଫାଟି ପଡେ ଏହି ପୀଠର ପ୍ରତିଷ୍ଠାତା ସ୍ବର୍ଗତ ସାର୍ବଭୌମ ଗଙ୍ଗନାରାୟଣ ବିଦ୍ୟା ବାଚସ୍ପତି ଙ୍କୁ ମହାପ୍ରଭୁ ମଦନମୋହନ ନିଜେ ପିଣ୍ଡ ଦାନ କରିବା ଓ ଚୈତନ୍ୟ ମହାପ୍ରଭୁ ଏଠାରେ ଛାଡି ଯାଇଥିବା ନିଜର ଉତ୍ତରୀୟ ବସ୍ତ୍ର ଓ କନ୍ଥା ସର୍ବ ସାଧାରଣ ରେ ପ୍ରଦର୍ଶନ କରାଯିବା ନେଇ ଏହି ପର୍ବ ରେ ମହାତ୍ମ୍ୟ ପ୍ରତିଷ୍ଠିତ ।ଏହି ଦୁଇଟି ଦୃଶ୍ଯ ପାଇଁ ମଦନମୋହନ ମନ୍ଦିର ରେ ଜନସମାଗମ ହୋଇଥିଲା, ଆଶିଷ ଗୋସ୍ବାମୀ, ମାନସ କୁମାର ମହାନ୍ତି, ମୁକୁନ୍ଦ ଦେବ ମହାରାଜ, ବହୁ ସଦସ୍ଯ ଉପସ୍ଥିତ ରହିଥିଲେ।
