ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଚଳିତ ବର୍ଷର ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି

ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଚଳିତ ବର୍ଷର ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି l ନୀଳକଣ୍ଠ ନଗର ସରସ୍ଵତୀ ବିଦ୍ୟା ମନ୍ଦିର ୧୦ମ ଶ୍ରେଣୀ ପରୀକ୍ଷା ଫଳ ଶତ ପ୍ରତିଶତ ସଫଳତା ହାସଲ କରି ୩୨ ବର୍ଷ ପୁରଣ କରିଥିବା ବେଳେ କରିଥିବା ବେଳେ ଚଳିତ ବର୍ଷ A1 ଗ୍ରେଡରେ ସାରା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି l ବିଦ୍ୟାଳୟର ୩୮୩ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଛନ୍ତି l ଶିକ୍ଷାନୁଷ୍ଠାନର A1 ଗ୍ରେଡ ରେ ୫୪ ଜଣ ,A2 ଗ୍ରେଡ ରେ ୧୩୧ ଜଣ,B1 ଗ୍ରେଡରେ ୧୧୪ ଜଣ ପାସ କରିଥିବା ଜଣାପଡିଛି l ସେଥିମଧ୍ୟରୁ ପ୍ରଥମ ସ୍ଥାନରେ ଆୟୁସ ଆଶୁତୋଷ ବେହେରା ୫୮୨ ମାର୍କ, ଦ୍ଵିତୀୟ ସ୍ଥାନରେ ନିହାର ରଞ୍ଜନ ପାତ୍ର ୫୭୮ ମାର୍କ, ତୃତୀୟ ସ୍ଥାନରେ ମିଳିତ ଭାବେ ସୁଶ୍ରୀ ପ୍ରଭୁସ୍ମିତା ପଣ୍ଡା, ସୁଶ୍ରୀ ପ୍ରିୟଙ୍କା ଚୌଧୁରୀ ୫୭୨ ମାର୍କ ରଖି ସାରା ରାଜ୍ୟରେ ବିଦ୍ୟାଳୟ ପାଇଁ ଗୌରବ ଅର୍ଜନ କରିଛନ୍ତି l ଏହି ଅବସରରେ ବିଦ୍ୟାମନ୍ଦିରର ପରିଚାଳନା ସଭାପତି ଶ୍ରୀ ଜିବାନନ୍ଦ ତ୍ରିପାଠୀ, ସଂପାଦକ ନାରାୟଣ ପଣ୍ଡା, ଯୁଗ୍ମ ସମ୍ପାଦକ ଶ୍ରୀ ନୀଳକଣ୍ଠ ସାହୁ, କୋଷାଧ୍ୟକ୍ଷ ଶ୍ରୀ ସୋମନାଥ ନନ୍ଦ, ସଦସ୍ୟା ଶ୍ରୀମତୀ ପ୍ରଣତି ସାମଲ, ବାସନ୍ତୀ ବେହେରା ସମେତ ବିଦ୍ୟାମନ୍ଦିର ର ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ରହି ବିଦ୍ୟାର୍ଥୀ ମାନଙ୍କୁ ଫୁଲ ତୋଡା ଦେଇ ମିଠା ଖୁଆଇ ଶୁଭେଚ୍ଛା ଜଣାଇବା ସହ ଉଜ୍ଜଳ ଭବିଷ୍ୟତର କାମନା କରିଥିଲେ l

Leave a Reply

Your email address will not be published. Required fields are marked *