ବେଆଇନ କାଠପଟା ମହଜୁଦ

ମାଡି ବସିଲା ବନବିଭାଗ ୪୪ ଘନଫୁଟ ଚୋରା କାଠ ପଟା ଜବତ, ଜଣେ ଗିରଫ l ବିନା ଲାଇସେନ୍ସରେ ମୂଲ୍ୟବାନ କାଠପଟା ମହଜୁଦକାରୀ ରଖି ବେଆଇନ ଭାବେ ବିକ୍ରି କରୁଥିବା ଅଭିଯୋଗରେ ଦକ୍ଷିଣ ଘୁମୁସର ବନାଞ୍ଚଳ ଅନ୍ତର୍ଗତ ସୋରଡା ବନବିଭାଗ ଜଣେ କାଠପଟା କଳାବଜାରୀକୁ ଗିରଫ କରିଛି।‌ ଗିରଫ ଜଣଙ୍କ ହେଲେ ସୋରଡା ଥାନା ଅମୃତୁଲୁ ଗ୍ରାମର ମହାଦେବ ବିଷୋୟୀ। ଗିରଫ ବ୍ୟବସାୟୀଙ୍କ ଠାରୁ ବିଭିନ୍ନ ପ୍ରଜାତିର ମୂଲ୍ୟବାନ ୧୫୧ ଖଣ୍ଡ କାଠପଟା ସମେତ ୪୪.୩୦୯ ଘନଫୁଟ କାଠ ଗଣ୍ଡି ଜବତ କରାଯାଇଛି ।‌

ପ୍ରକାଶ ଯେ, ଗଞ୍ଜାମ ଜିଲ୍ଲା ସୋରଡା ଥାନା ଅମୃତୁଲୁ ଗ୍ରାମର ମହାଦେବ ବିନା ଲାଇସେନ୍ସରେ ମୂଲ୍ୟବାନ କାଠ ନିଜ ଘର ନିକଟସ୍ଥ ଏକ ଗୋଦାମରେ ରଖି ବେଆଇନ ଭାବେ ବିକ୍ରି କରି ଆସୁଥିଲେ।‌ କୈାଣସି ସୂତ୍ରରୁ ଖବର ପାଇ ଦକ୍ଷିଣ ଘୁମୁସର ବନ ବିଭାଗର ଅତିରିକ୍ତ ମୁଖ୍ୟ ବନଖଣ୍ଡ ଅଧିକାରୀ ପ୍ରଦୀପ ବେହେରା ନେତୃତ୍ୱରେ ବନବିଭାଗର ଏକ ଟିମ୍ ମହାଦେବଙ୍କ ଗୋଦାମରେ ଅର୍ତକିତ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଶାଳ, ପିଆଶାଳ, ଆମ୍ବ, ଶିସୁଆ ଭଳି ବିଭିନ୍ନ ମୂଲ୍ୟବାନ କାଠ ପଟା ଓ ଗଣ୍ଡି ଜବତ କରିବା ସହ ବେଆଇନ ଭାବେ ବିକ୍ରି କରିବା ଅଭିଯୋଗରେ ମହାଦେବ ବିଷୋୟୀଙ୍କୁ ଗିରଫ କରିଥିଲେ। ଚଢ଼ାଉରେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଦିନବନ୍ଧୁ ପିଙ୍ଗୁଆ,ସୋରଡ଼ା ଅତିରିକ୍ତ ମୁଖ୍ୟ ବନଖଣ୍ଡ ଅଧିକାରୀ ନିହାର ରଞ୍ଜନ ମଲ୍ଲିକ ,ବଡ଼ଗଡ଼ ଥାନା ଅଧିକାରୀ ସନ୍ଧ୍ୟାରାଣୀ ସିଂ,ବଡ଼ଗଡ଼ ବନବିହାଗ ଅଧିକାରୀ ଅର୍ଜୁନ ନାୟକ ଙ୍କ ସମେତ ସୋରଡ଼ା ପୋଲିସ ଓ ସୋରଡ଼ା ଓ ବଡ଼ଗଡ଼ ବନ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଏନେଇ ସୋରଡ଼ା ବନାଞ୍ଚଳରେ କେଶ ନଂ ୯୪ /୨୪ ପ୍ରକାରେ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଥିବା ସୋରଡ଼ା ବନାଞ୍ଚଳ ଏସିଏଫ ନିହାର ରଞ୍ଜନ ମଲ୍ଲିକ ସୂଚନା ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *