ମାଣ୍ଡିପଙ୍କା ଘଟଣା ପରେ ୮ ପଞ୍ଚାୟତବାସୀଙ୍କ ବଢ଼ିଲା ସ୍ବାସ୍ଥ୍ୟ ଚିନ୍ତା

ମାଣ୍ଡିପଙ୍କା ଘଟଣା ପରେ ୮ ପଞ୍ଚାୟତବାସୀଙ୍କ ବଢ଼ିଲା ସ୍ବାସ୍ଥ୍ୟ ଚିନ୍ତା:ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଦାବି ଫୁଲବାଣୀ:ନିପ୍ର- ୦୪।୧୧ () ସ୍ବାସ୍ଥ୍ୟ ହିଁ ସମ୍ପଦ,ସୁସ୍ଥ ଜୀବନଯାପନ କରିବାକୁ ସମସ୍ତେ ଚାହାଁନ୍ତି। ଭଲ ମେଡିକାଲରେ ଚିକିତ୍ସା କରାଇବାକୁ ସମସ୍ତେ ଚାହାନ୍ତି। ହେଲେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଅଞ୍ଚଳର ୮ଟି ପଞ୍ଚାୟତ ପାଇଁ ରହିଛି ୪ଟି ସ୍ବାସ୍ଥ୍ୟକେନ୍ଦ୍ର। ଏହି ୪ ସ୍ବାସ୍ଥ୍ୟକେନ୍ଦ୍ର ରହିଛି ସତ,ମାତ୍ର ଉକ୍ତ ଅଞ୍ଚଳ ଭୌଗଳିକ ସ୍ଥିତି ଯଦି ଦେଖାଯାଏ ତେବେ ବଣ,ଜଙ୍ଗଲ, ଘାଟି ପାହାଡ଼ ଝରଣା ଭିତରେ ରହିଛି ଗାଁ ଗୁଡିକ। ୧୦ କିମି ଦୂର ଯିବାକୁ ମଧ୍ୟ ଗାଡିର ସୁବିଧା ନାହିଁ।ଏ ନେଇ ସ୍ବାସ୍ଥ୍ୟ ସେବା ଅପହଞ୍ଚ।ଉକ୍ତ ଅଞ୍ଚଳର ତାଜୁଙ୍ଗିଆ ପଞ୍ଚାୟତ ସିକରମାହାରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଥିବା ବେଳେ ସରାମୁଳି ପଞ୍ଚାୟତର ମର୍ଦ୍ଦିପାଙ୍କା, ଗଦାପୁର ଓ ବ୍ରାହ୍ମଣୀଗାଁରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି । ତେବେ ଅଞ୍ଚଳବାସୀ ବ୍ରାହ୍ମଣୀଗାଁ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବା ବେଳେ ସେଠାରେ ମାତ୍ର ଜଣେ ଡାକ୍ତର ଅଛନ୍ତି। ପ୍ରସବ କରାଇବା ପାଇଁ ୨ ନର୍ସଙ୍କ ଆବଶ୍ୟକ ଥିବାବେଳେ ଜଣେ ରହିଛନ୍ତି।ଦୈନିକ ୭୦ରୁ ୮୦ ରୋଗୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ନେଇ ଆସୁଥିବା ବେଳେ ମାସକୁ ୬୦ ରୁ ୭୦ ଗର୍ଭବତୀ ମହିଳା ଆସନ୍ତି।ଏକ ମାତ୍ର ଷ୍ଟାଫ ନର୍ସ ପ୍ରସବ କରାଇଥାନ୍ତି।ରୋଗୀଙ୍କୁ ମୌଳିକ ସୁବିଧା ତଥା ଶୁଦ୍ଧ ପିଇବାପାଣି,ଶୌଚାଳୟ, ଗର୍ଭବତୀଙ୍କ ପାଇଁ ପ୍ରତୀକ୍ଷାଗୃହ, ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ପ୍ରତୀକ୍ଷାଗୃହ ଆଦି ମୌଳିକ ସୁବିଧାଟିଏ ନାହିଁ ।ସେହିପରି ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥା ନ ଥିବା ବେଳେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ନାହିଁ।କାରଣ ଏହା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ହୋଇଥିବାରୁ ସରକାର ଅନେକ ମୌଳିକ ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦେଉ ନ ଥିବା ଅଞ୍ଚଳର ଲମ୍ବୋଦର ସିଂ,ବିଜୟ କୁମାର ମଲିକ,ଯୁଗଳ କିଶୋର ରଞ୍ଜିିତ ପ୍ରମୁଖ ଅଭିଯୋଗ କରିଛନ୍ତି। ସେମାନେ ଅଭିଯୋଗ କରି କହିଛନ୍ତି ଯେ, ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଘଟଣା ପରେ ସରକାର ଜାଣିବା ଦରକାର ଯେ,ଲୋକଙ୍କ ଜୀବନ ମୂଲ୍ୟବାନ। ଆମର ଏକମାତ୍ର ଭରସା ବ୍ରାହ୍ମଣୀଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଘୋଷଣା କରି ଆବଶ୍ୟକ ଡାକ୍ତର ସଂଖ୍ୟା ବୃଦ୍ଧି,ରୋଗୀଶଯ୍ୟା ବ୍ୟବସ୍ଥା ସହ ରୋଗୀଙ୍କ ମୌଳିକ ସୁବିଧା ଯୋଗାଇବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତ।ଅଞ୍ଚଳର ମିଥୁନ ରାହାମାଝି,ଅକ୍ଷୟ ବେହେରା ଦଳାଇ,ଅକ୍ଷୟ ପରିଛା,ରଞ୍ଜନ ସିଂ ପ୍ରମୁଖ ବ୍ରାହ୍ମଣୀଗାଁ ପ୍ରାଥମିକ ଚିକିତ୍ସାଳୟକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିବର୍ତ୍ତନ କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *