ଉଦ୍ଭିଦ ବିଜ୍ଞାନ ବିଭାଗର ସ୍ୱାଗତ ଉତ୍ସବ
ଉଦଳା ୦୫/୧୧ ( ) – ଉଦଳା ମହାବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନ ବିଭାଗର ସ୍ୱାଗତ ଉତ୍ସବ ବିଭାଗୀୟ ମୁଖ୍ୟ ସୁଧା ସାବିତ୍ରୀ ପଣ୍ଡାଙ୍କ ପରିଚାଳନାରେ ପାଳିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡା. ଯତୀନ କୁମାର ମହାକୁଡ ମୁଖ୍ୟ ଅତିଥି ଭାବେ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ଜଣାଇ ନିଜ ଲକ୍ଷ୍ୟ ହାସଲ ପାଇଁ ସଙ୍କଳ୍ପବଦ୍ଧ ହେବାକୁ ପରାମର୍ଶ ଦେଇଥିଲେ । ରସାୟନ ବିଜ୍ଞାନର ଅଧ୍ୟାପକ ଡ. ଆଲୋକ ରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସମୟାନୁବର୍ତ୍ତିତା, ଗୁରୁଭକ୍ତି ଏବଂ ଉଦଳା କଲେଜର ଐତିହ୍ୟର ଗାରିମା କୁ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ । ରାସାୟନିକ ବିଜ୍ଞାନର ଅଧ୍ୟାପକ ଡ଼ଃ ଆଲୋକ ରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ସମୟାନୁବର୍ତ୍ତିତା, ଗୁରୁଭକ୍ତି ଏବଂ ଉଦଳା କଲେଜର ଐତିହ୍ୟ ର ଗାରିମା କୁ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ । ସମାଜ ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ସୌମେନ୍ଦ୍ର କୁମାର ଦାଶ ପରିବେଶ ସୁରକ୍ଷା ଦିଗରେ ଉଦ୍ଭିଦ ବିଜ୍ଞାନର ଭୂମିକା ଏବଂ ମହତ୍ୱ ବିଷୟରେ ଆଲୋକପାତ କରିଥିଲେ । ପ୍ରାଣୀ ବିଜ୍ଞାନର ଅଧ୍ୟାପକ ମଧୁସୂଦନ ମୁର୍ମୁ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ପିଲାମାନଙ୍କର ଶୃଙ୍ଖଳିତ ଓ ନିୟମିତ ଦିନ ଚର୍ଯ୍ୟା ସହ ପାଠ ପଢ଼ା ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । ଉଦ୍ଭିଦ ବିଜ୍ଞାନର ଅନ୍ୟତମ ଅଧ୍ୟାପକ ସୁବ୍ରତ ସାହାଣି ପିଲାମାନଙ୍କୁ ପ୍ରବେଶିକା ପରୀକ୍ଷା କୁ କିପରି ଅକ୍ଳାନ୍ତ ପରିଶ୍ରମ ଓ ବିଷୟ ନିର୍ଦ୍ଦିଷ୍ଟ ଜ୍ଞାନ ରହିଲେ ଉତ୍ତୀର୍ଣ୍ଣ କରାଯାଇପାରିବ ସେ ପରେ ଉପଦେଶ ଦେଇଥିଲେ । ଏହି ଅବସରରେ ବିଭାଗୀୟ ଅଧ୍ୟାପକ ଦିଲ୍ଲୀପ କୁମାର ହାଁସଦାଃ ଓ ବିଭାଗର ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି କାର୍ଯ୍ୟପ ସଫଳ କରାଇବାରେ ସହଯୋଗ କରିଥିଲେ ।
