ମାଲକାନଗିରି ଜିଲ୍ଲାରେ ସ୍ଵାଧୀନତା ଦିବସ ପ୍ରସ୍ତୁତି ବୈଠକ ସମ୍ପନ୍ନ

ମାଲକାନଗିରି,୩/୮:ଚଳିତ ମାସରେ କିଛିଦିନ ପରେ ସ୍ଵାଧୀନତା ଦିବସ ପାଳନ ହେବାକୁ ଥିବାବେଳେ ମାଲକାନଗିରି ଜିଲ୍ଲାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଶାଳ ସିଂ ( ଭା ପ୍ର ସେ)ଙ୍କ ଅଧ୍ୟକ୍ଷତାରେଏକ ପ୍ରକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ପି ଡି(ଡି ଆର ଡି ଏ), ଏ ଡି ଏମ, ଉପଜିଲ୍ଲାପାଳ,ଡି ଆଇ ପି ଆର ଓ, ସି ଡି ଏମ ଓ, ଅର୍ ଆଇ (ପୋଲିସ)ଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ଜିଲ୍ଲାରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନେ ଅଂଶ ଗ୍ରହଣ କରିଥିଲେ।ରାଜ୍ୟସରକାରଙ୍କ ନିର୍ଦ୍ଦେଶ କ୍ରମେ ଏହି ଦିବସକୁ କୋଭିଡ ନିୟମ ଅନୁଯାୟୀ ପାଳନ କରାଯିବ ।

Leave a Reply

Your email address will not be published. Required fields are marked *