ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ।ପୁରୀ ୧/୧୦ ବରିଷ୍ଠ ନାଗରିକ ମାନେ ସମାଜ ପାଇଁ ଅମୂଲ୍ୟ ସମ୍ପଦ।ସେମାନଙ୍କ ଅଭିଜ୍ଞତା ଓ ଅନୁଭବ ସମାଜକୁ ଦିଗଦର୍ଶନ ଦେଇଥାଏ।ସେମାନଙ୍କୁ ଉପଯୁକ୍ତ ସମ୍ମାନ ଓ ସୁରକ୍ଷା ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ ବୋଲି କହିଛନ୍ତି ସୂଚନା ଓ ଲୋକ ସମ୍ପର୍କ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ।ଆଜି ପୂର୍ବାହ୍ନରେ ପୁରୀ ଜିଲ୍ଲା ପ୍ରଶାସନ,ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ୟୁଥ ହଷ୍ଟେଲ ଠାରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ସେଠୀ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଅନେକ ବ୍ୟବସ୍ଥା କରାଯାଇଛି।ସେମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା, ସ୍ୱାସ୍ଥ୍ୟ ବ୍ୟବସ୍ଥା ଇତ୍ୟାଦି କରାଯାଇଛି। ଆଉ ଯାହା ସମସ୍ୟା ସେମାନେ ଉପସ୍ଥାପନ କରିଛନ୍ତି ତାହା ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରାଯାଇ ସମାଧାନ କରାଯାଇ ପାରିବ ବୋଲି ସେ କହିଥିଲେ।ସିଡିଏମଓ ଡା ରୂପଭାନୁ ମିଶ୍ର ବରିଷ୍ଠ ନାଗରିକ ମାନେ ନିଜ ଜୀବନ ଶୈଳୀରେ ପରିବର୍ତ୍ତନ ସହ ଯୋଗ, ସକାଳୁ ଚାଲିବା,ଖାଦ୍ୟ ଉପରେ ନିୟନ୍ତ୍ରଣ ରଖିଲେ ସୁସ୍ଥ ଓ ନିରୋଗ ହୋଇ ପାରିବେ ବୋଲି ସେ କହିଥିଲେ।ଚିକିତ୍ସାଳୟରେ ବରିଷ୍ଠ ନାଗରିକ ମାନଙ୍କ ସମସ୍ୟା ସମ୍ପର୍କରେ ଉଚିତ ପଦକ୍ଷେପ ନେବେ ବୋଲି ସେ ସୂଚନା ଦେଇଥିଲେ।ଜେରିଆଟିକ ବିଶେଷଜ୍ଞ ଶୁଭ୍ରଦୀପ ସ୍ୱାଇଁ ବରିଷ୍ଠ ନାଗରିକ ସୁସ୍ଥ ରହିବାର ବିଭିନ୍ନ କୌଶଳ ସମ୍ପର୍କରେ ସୂଚନା ଦେଇଥିଲେ।ଜିଲ୍ଲା ମଙ୍ଗଳ ଅଧିକାରୀ ବିକାଶ କୁମାର ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ସମାଜ କଲ୍ୟାଣ କାର୍ଯ୍ୟାଳୟର ପ୍ରୋଗ୍ରାମ ଅଫିସର ସୁହାଗୀ ହେମ୍ବ୍ରମ ଯୋଗ ଦେଇ ବୟସ୍କ ଙ୍କ ଅଭିଜ୍ଞତା ଓ ବରିଷ୍ଠତା ସମାଜ ପାଇଁ ଅନେକ ଉପକାର ରେ ଲାଗିଥାଏ।ବୟସ୍କ ମାନଙ୍କ ପାଇଁ ସରକାର ଯେଉଁ ଯୋଜନା କରିଛନ୍ତି ତାହାର ସୁଫଳ ପାଇବା ପାଇଁ ସେମାନେ ସଚେତନ ହେବା ଜରୁରୀ ବୋଲି କହିଥିଲେ।ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ କୁମାର ମହାରଣା ଏଥିରେ ଅଧ୍ୟକ୍ଷତା କରିବା ସହ ସମସ୍ତଙ୍କୁ ସ୍ୱାଗତ କରିଥିଲେ।କାର୍ଯ୍ୟକ୍ରମ ରେ ବରିଷ୍ଠ ନାଗରିକ ସନ୍ତୋଷ କୁମାର ମହାନ୍ତି, ଡଃ କାର୍ତ୍ତିକ ଦାଶ,ଗୁଣ୍ଡିଚା ବରାଳ,ଦେବେନ୍ଦ୍ର ଦାଶ,ଅଭିମନ୍ୟୁ ଗୁରୁ, ପ୍ରଫୁଲ୍ଲ ମିଶ୍ର, ରମେଶ ଚନ୍ଦ୍ର ମହାପାତ୍ର, ଅରବିନ୍ଦ ଶତପଥୀ, ହରିହର ସାହୁ ପ୍ରମୁଖ ଯୋଗ ଦେଇ ସେମାନଙ୍କ ମତ ଉପସ୍ଥାପନ କରିଥିଲେ।ଏହି ଅବସରରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ମାଧ୍ୟମରେ ବରିଷ୍ଠ ନାଗରିକ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

Leave a Reply

Your email address will not be published. Required fields are marked *