ବାଣପୁର ଏକତା ପରିଷଦ ଟ୍ରଷ୍ଟ ଏବଂ ପ୍ରୋଜେକ୍ଟ ପଏଣ୍ଟ ପାଳନ କଲା ଅନ୍ତର୍ଜାତୀୟ ଆଦିବାସୀ ସାଂସ୍କୃତିକ ଯୁବ ମହୋତ୍ସବ- 2024
ବାଣପୁର ଏକତା ପରିଷଦ ଟ୍ରଷ୍ଟ ଏବଂ ପ୍ରୋଜେକ୍ଟ ପଏଣ୍ଟ ଆନୁକୁଲ୍ୟରେ ସଂସ୍କୃତି ବିଭାଗ ଦ୍ଵାରା ବାଣପୁର ଐତିହାସିକ ପଲଟଣ ଠାରେ ଜୁନ୍ ୮,୯,୧୦ ତିନି ଦିନ ବ୍ୟାପି ବିଭିନ୍ନ ନାଚଗୀତ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଦୁଲୁକି ଉଠୁଥିଲା ମହୋତ୍ସବ ମଣ୍ଡପ। ଦେଶର ଚବିଶି ଟି ରାଜ୍ୟରୁ ଆସିଥିବା କଳାକାର ମାନଙ୍କର ନୃତ୍ୟ ସଙ୍ଗୀତ ପରିବେଷଣ ବେଶ୍ ଉଚ୍ଚକୋଟୀର ହୋଇଥିଲା। ସମସ୍ତ ଦର୍ଶକ ମାନଙ୍କର ମନ ମୋହି ନେଇଥିଲେ କଳାକାର ମାନେ। ଏହି ଅବସରରେ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ମାନେ ଏକତା ପରିଷଦର ଟ୍ରଷ୍ଟି ସନ୍ଧ୍ୟା ଦେବୀ ଓ ପ୍ରୋଜେକ୍ଟ ପଏଣ୍ଟର ଏମ୍ ଡି ସଂଗ୍ରାମ କେଶରୀ ସାମନ୍ତରାୟଙ୍କ ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ୍ବ ସେବା କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ। ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଓ କାର୍ଯ୍ୟ ଦକ୍ଷତା ପାଇଁ ଅନେକ ବ୍ୟକ୍ତି ବିଶେଷଙ୍କୁ ମାନପତ୍ର ପ୍ରଦାନ ସହିତ ସମ୍ବର୍ଦ୍ଧିତ କରାଯାଇଥିଲା। ମାତ୍ର ତିନି ଦିନର ଏହି କାର୍ଯ୍ୟକ୍ରମରେ ବାଣପୁର ପଲଟଣ ପଡିଆ ରେ ଲୋକଙ୍କ ର ପ୍ରବଳ ଭିଡ ଦେଖିବାକୁ ମିଳିଥିଲା l ପୋଲିସ ପ୍ରଶାସନ ଦ୍ଵାରା ଏହି ଭିଡକୁ ନିୟନ୍ତ୍ରଣ କରାଯାଇଥିଲା l

ଆସନ୍ତା ବର୍ଷ ଏହି କାର୍ଯ୍ୟକ୍ରମ ପାଞ୍ଚ ଦିନ ଧରି ଚାଲିବ ବୋଲି ମଞ୍ଚ ମାଧ୍ୟ୍ୟରେ ଘୋଷଣା କରିଛନ୍ତି ସଂଗ୍ରାମ କେଶରୀ ସାମନ୍ତରାୟ l ସମସ୍ତ ଜନସାଧାରଣଙ୍କର ଉଛ୍ୱସିତ ସମ୍ବର୍ଦ୍ଧନାରେ ବିଭିନ୍ନ ରାଜ୍ୟରୁ ଆସିଥିବା ଅତିଥି ମାନେ ପୁଣି ଆସନ୍ତା ବର୍ଷକୁ ଆସିବାକୁ ଆଶା ପ୍ରକାଶ କରି ଖୁସିରେ ବିଦାୟ ନେଇଥିଲେ।
