ଟାଟା ଷ୍ଟିଲ୍ କଳିଙ୍ଗନଗର ଏବଂ ନୀଳାଚଳ ଇସ୍ପାତ ନିଗମରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ*

କଳିଙ୍ଗନଗର, ଜୁନ୍ ୨୧, ୨୦୨୬: ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସକେ) ଏବଂ ନୀଳାଚଳ ଇସ୍ପାତ ନିଗମ (ଏନଆଇଏନଏଲ୍) ପକ୍ଷରୁ ରବିବାର ଦିନ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସେମାନଙ୍କ ନିଜ ନିଜର ଟାଉନସିପ୍‌ଗୁଡ଼ିକରେ ସ୍ୱତନ୍ତ୍ର ଯୋଗ ଶିବିର ଆୟୋଜନ କରାଯାଇଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟ, କଲ୍ୟାଣ ଏବଂ କମ୍ୟୁନିଟି ଏକତାକୁ ପ୍ରୋତ୍ସାହିତ କରିବା।ଟାଟା ଷ୍ଟିଲ୍ କଳିଙ୍ଗନଗରର କଳିଙ୍ଗନଗର ଟାଉନସିପ୍ ଭିତରେ ଥିବା ସାର୍ ଦୋରାବଜୀ ଟାଟା ସ୍ପୋର୍ଟସ କମ୍ପ୍ଲେକ୍ସଠାରେ ୱେଲନେସ୍ କମିଟି ପକ୍ଷରୁ ଏକ ଉତ୍ସାହଜନକ ପ୍ରାତଃକାଳୀନ ଯୋଗ ଶିବିରର ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ କର୍ମଚାରୀ ଏବଂ ସେମାନଙ୍କ ପରିବାର ବର୍ଗ ଅତ୍ୟନ୍ତ ଉତ୍ସାହର ସହ ଅଂଶଗ୍ରହଣ କରି ଏକାଠି ବିଭିନ୍ନ ଯୋଗାସନ ଏବଂ ପ୍ରାଣାୟାମର ଅଭ୍ୟାସ କରିଥିଲେ।ସେହିପରି, କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ଏକ ସୁସ୍ଥ ଜୀବନଶୈଳୀକୁ ଆପଣେଇବା ପାଇଁ ‘ନୀଳାଚଳ ଇସ୍ପାତ ନିଗମ’ ଟାଉନସିପ୍‌ରେ ମଧ୍ୟ ଏକ ଯୋଗ ଶିବିରର ଆୟୋଜନ କରାଯାଇଥିଲା।ଏହି ଦୁଇଟି କାର୍ଯ୍ୟକ୍ରମ ନିଜର କର୍ମଚାରୀ ଓ ସେମାନଙ୍କ ପରିବାର ବର୍ଗଙ୍କ ଶାରୀରିକ ଏବଂ ମାନସିକ ସୁସ୍ଥତାକୁ ସୁଦୃଢ଼ କରିବା ପାଇଁ ସଂସ୍ଥା ଦ୍ୱୟର ନିରନ୍ତର ପ୍ରତିବଦ୍ଧତାକୁ ଦର୍ଶାଉଛି।

Leave a Reply

Your email address will not be published. Required fields are marked *