ଯାଜପୁର ଜିଲ୍ଲା କିନ୍ନର ସଂଘ ତରଫରୁ ୧୬ତମ ବାର୍ଷିକ ଶିବପର୍ବତୀ ବିବାହ ଶୀତଳ ଷଷ୍ଠୀ ମହୋତ୍ସବ

ଯାଜପୁର ଜିଲ୍ଲା କିନ୍ନର ସଂଘ (ଶାନ୍ତି ସେନା) ତରଫରୁ ୧୬ତମ ବାର୍ଷିକ ଶିବପର୍ବତୀ ବିବାହ ଶୀତଳ ଷଷ୍ଠୀ ମହୋତ୍ସବ ୨୦୨୬ ପଦ୍ମପୁର ସାପଗଡିଆ ଠାରେ ତିନିଦିନ ଧରି ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ସାପଗଡିଆ ସ୍ଥିତ ପୂଜା ମଣ୍ଡପରୁ କଳସ ଶୋଭାଯାତ୍ରା ଆରମ୍ଭ ହୋଇଥିଲା l ଏହି କଳସ ଯାତ୍ରାରେ ଓଡିଶାର କୋଣଅନୁକୋଣରୁ କିନ୍ନର ମାନେ ସାମିଲ ହୋଇ ରୀତିନୀତି ଅନୁଯାୟୀ ପୂଜା ଅର୍ଚନା କରିବା ସହିତ ଉମାପଦା ଗାଁ ପୋଖରୀ ନିକଟରେ ପହଂଚିଥିଲେ l

ସେଠାରେ ଶିବ ବିବାହର ପାରମ୍ଭିକ ପୂଜା ପାଇଁ ମୁଖ୍ୟ ପୂଜକ ଘଟସ୍ଥାପନ ପୂଜା କରିବା ପରେ କିନ୍ନର ମାନେ ପୋଖରି ରେ ବୁଡ଼ଦେଇ କଳସ ରେ ଜଳ ଆଣି ନାଚଗୀତରେ ଝୁମିଝୁମି ମଣ୍ଡପ ନିକଟରେ ପହଂଚିଥିଲେ l ସଙ୍ଘ ର ସଭାପତି କାଜଲ ନାୟକ ଓ ସମ୍ପାଦିକା ଲଭଲୀ ସାହୁ ଙ୍କ ପରିଚାଳନା ରେ ତୃତୀୟ ଦିନରେ ପୂର୍ଣ୍ଣାହୁତି ହେବା ସହ ନଗର ଭ୍ରମଣ ଉତ୍ସବ ରେ ସମସ୍ତ ମାନ୍ୟ ଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ରହିଥିଲେ lଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live

Leave a Reply

Your email address will not be published. Required fields are marked *