ଦ୍ୱାଦଶ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ବ୍ଯାସନଗର ଅଦ୍ଯ ତା ୨୧/୦୬/୨୦୨୬ ରବିବାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ମଧୁସୂଦନ ନଗର ରେ ଆନ୍ତର୍ଜାତୀୟ ଯୋଗ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପତଞ୍ଜଳୀ ପରିବାର ବ୍ଯାସନଗର, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ବ୍ଯାସନଗର, ଏନ୍ ସି ସି ବ୍ଯାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟ ,ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡ ଓ ଶିଶୁ ବିଦ୍ୟା ମନ୍ଦିର ମଧୁସୂଦନ ନଗର ର ମିଳିତ ସହଯୋଗରେ ଆୟୋଜିତ ହୋଇଥିବା ଏହି ଯୋଗ ମହୋତ୍ସବକୁ ପତଞ୍ଜଳୀ ଭାରତ ସ୍ବାଭିମାନ ନ୍ୟାସ ର ଯାଜପୁର ଜିଲ୍ଲା ପ୍ରଭାରୀ ବିବେକାନନ୍ଦ ଜେନା ଦ୍ବିପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ବରିଷ୍ଟ ଯୋଗ ପ୍ରଶିକ୍ଷକ ବଟକୃଷ୍ଣ ପ୍ରଧାନ ଅଂଶଗ୍ରହଣ କରିଥିବା ୪୦୦ ଯୋଗ ପ୍ରେମୀ ଜନତାଙ୍କୁ ଯୋଗଶିକ୍ଷା ଦେଇଥିଲେ। ଯାଜପୁର ଜିଲ୍ଲା ସହପ୍ରଭାରୀ ବିଭୀଷଣ ନାୟକ, ବିଦ୍ୟାଳୟ ର ଗୁରୁ ମା ସୁମିତା ରାଉତ ଓ ନିରୂପମା ବିନ୍ଧାଣୀ ସହଯୋଗୀ ଯୋଗ ଶିକ୍ଷକ ଭାବରେ ଯୋଗ ଶିକ୍ଷା ଦେଇଥିଲେ। ଏହି ଅବସରରେ ଏକ ଯଜ୍ଞ ର ମଧ୍ୟ ଆୟୋଜନ କରାଯାଇଥିଲା। ବିଶିଷ୍ଟ ଯଜ୍ଞବିତ୍ ଦେବେନ୍ଦ୍ର ନାଥ ପାଣିଗ୍ରାହୀ ଓ ପିତବାସ ସାହା ଙ୍କ ପୈ।ରହିତ୍ଯ ରେ ଯଜ୍ଞକାର୍ଯ ସମ୍ପନ୍ନ ହୋଇଥିଲା। ଯୋଗଶିକ୍ଷା ପରେ ଏକ ଯୋଗ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟ ର ପ୍ରଧାନ ଗୁରୁଜୀ ସୁବ୍ରତ କୁମାର ବେହେରା ଅତିଥି ପରିଚୟ କରିବା ସହିତ ସ୍ୱାଗତଭାଷଣ ପ୍ରଦାନ କରିଥିଲେ । ଅତିଥି ଓ ବକ୍ତାମାନେ ଯୋଗର ଉପକାରିତା ବିଷୟରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ବୟଂ ସେବକ ଜ୍ଞାନ ରଞ୍ଜନ ରାଉତ ତଥା ସମସ୍ତ ଅତିଥି ଓ ସାମ୍ବାଦିକ ବନ୍ଧୁ ମାନଙ୍କୁ ମଞ୍ଚରେ ଅଙ୍ଗବସ୍ତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ସଂପୂର୍ଣ୍ଣ କାର୍ଯ୍ୟକ୍ରମ କୁ ବ୍ଯାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟର ଏନସିସି ଅଫିସର ତଥା ପତଞ୍ଜଳୀ ଭାରତ ସ୍ବାଭିମାନ ନ୍ୟାସ ର ତହସିଲ ପ୍ରଭାରୀ କ୍ଯାପ୍ଟେନ୍ ପୂର୍ଣ ଚନ୍ଦ୍ର ସ୍ଵାଇଁ ପରିଚାଳନା କରିଥିଲେ। ଶେଷରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିଚାଳନା ପରିଷଦ ର ସଭାପତି ଅଜୟ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ କୁ ପରିଚାଳନା କରିବାରେ ନିତ୍ୟ ଯୋଗ କକ୍ଷ ର ସଦସ୍ୟ ରାଜେଶ୍ କୁମାର ପତି, ରଶ୍ମି ରଞ୍ଜନ ରାଉତ, ଦିଲିପ୍ କୁମାର ଦଳାଇ, ନୃପମଣି ସାହୁ, ଶ୍ରୀଧର ବେହେରା, ରବିନ୍ କୁମାର ପଣ୍ଡା, ଶ୍ରୀନିବାସ ସିନୁ,ପ୍ରଦୀପ ସାମଲ ଓ ସଦାଶିବ ଓଝା ପ୍ରମୁଖ ସହଯୋଗ କରିଥିଲେ।
